ବଡ଼ ବଡ଼ ଭାଷଣ ମାରିବାର ୨୪ ଘଣ୍ଟା ନ ପୂରୁଣୁ ଅସଲ ଚେହେରା ଦେଖାଇଲା ତାଲିବାନ୍‌, ମହିଳା ଓ ଶିଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ମାରିଲା

ପ୍ରେସ୍‌ କନ୍‌ଫରେନ୍ସରେ ବଡ଼ ବଡ଼ ଭାଷଣ ମାରିବାର ୨୪ ଘଣ୍ଟା ନ ପୂରୁଣୁ ନିଜ ଅସଲ ରୂପ ଦେଖାଇଦେଲା ତାଲିବାନ୍‌। ମହିଳାଙ୍କ ପାଇଁ ନିଜ ଚିନ୍ତାଧାରା କ’ଣ ତାହା ଜଣାଇଦେଇଛି ତାଲିବାନ୍‌। ତାଲିବାନ୍‌ ପ୍ରଥମେ ମହିଳା ଆଙ୍କରଙ୍କୁ ବ୍ୟାନ୍‌ କରି ସେମାନଙ୍କ ସ୍ଥାନରେ ପୁରୁଷ ଆଙ୍କରଙ୍କୁ ରଖିଲା। ଏବେ ମହିଳା ଓ ଶିଶୁଙ୍କ ଉପରେ ପାଶବିକ ଅତ୍ୟାଚାର ବି ଆରମ୍ଭ କରିଦେଇଛି ତାଲିବାନ୍‌।

ମଙ୍ଗଳବାର ଆଫଗାନିସ୍ତାନର ଶାସନଗାଦିରେ ବସିଥିବା ତାଲିବାନ ଏକ ପ୍ରେସ କନ୍‌ଫରେନ୍ସ କରି କହିଥିଲା ଯେ ସେମାନେ ମହିଳାଙ୍କୁ ସ୍ୱାଧୀନତା ଦେବେ। ମହିଳାଙ୍କ ଉପରେ କୌଣସି ଚାପ ରହିବ ନାହିଁ ଓ ସେମାନଙ୍କୁ ସରକାରରେ ସାମିଲ ହେବାକୁ ଅପିଲ ମଧ୍ୟ କରିଥିଲେ।

କିନ୍ତୁ ଆଜି ସୋସିଆଲ ମିଡିଆରେ କିଛି ଏଭଳି ଫଟୋ ଭାଇରାଲ ହେଉଛି ଯେଉଁଥିରେ ତାଲିବାନ୍‌ ତାଙ୍କ ଅସଲ ରୂପକୁ ଫେରିଆସିଥିବା ଦେଖାଯାଇଛି। କାବୁଲରୁ ସାମ୍ନାକୁ ଆସିଥିବା ଫଟୋରେ ତାଲିବାନୀମାନେ ଦେଶ ଛାଡ଼ିବା ଉଦ୍ଦେଶ୍ୟରେ ବିମାନ ବନ୍ଦରକୁ ଆସିଥିବା ମହିଳା ଓ ଛୋଟ ଛୁଆଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଏୟାରପୋର୍ଟରୁ ଭିଡ଼ କମାଇବାକୁ ତାଲିବାନୀମାନେ ଗୁଳିଚାଳନା କରିଥିଲେ। ଏହି ଆକ୍ରମଣରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି। ଏହି ଫଟୋରୁ ସ୍ପଷ୍ଟ ହୋଇଛି ଯେ ତାଲିବାନମାନେ ମହିଳା ଓ ଶିଶୁଙ୍କ ପ୍ରତି ନିଜ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଏଣୁ ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.