‘ଭୂତ ପୋଲିସ’ର ଦମ୍‌ଦାର ଟ୍ରେଲର ରିଲିଜ୍‌, ହସିବେ ଯେମିତି ଡରିବେ ବି ସେମିତି; ଦେଖନ୍ତୁ ଭିଡିଓ

ସୈଫ ଅଲ୍ଲୀ ଖାନ୍‌ ଓ ଅର୍ଜୁନ୍‌ କପୁରଙ୍କ ଅଭିନୀତ ଫିଲ୍ମ ‘ଭୂତ ପୋଲିସ’ର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ଫିଲ୍ମରେ ଏହି ଦୁଇ ଷ୍ଟାରଙ୍କ ବ୍ୟତୀତ ୟାମୀ ଗୌତମୀ ଓ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ ମଧ୍ୟ ନଜର ଆସିବେ। ଫିଲ୍ମର ଟ୍ରେଲର ଦେଖିବା ପରେ ସ୍ପଷ୍ଟ ହୋଇଛି ଯେ ଏହା ଏକ ପରଫେକ୍ଟ ହରର କମେଡି ଫିଲ୍ମ। ଫିଲ୍ମଟି ଦର୍ଶକଙ୍କର ଖୁବ୍‌ ମନୋରଞ୍ଜନ କରିବ ବୋଲି ଆଶା କରାଯାଉଛି।

ଦେଖନ୍ତୁ ଟ୍ରେଲର:

 

View this post on Instagram

 

A post shared by Arjun Kapoor (@arjunkapoor)


କିଛି ସମୟ ପୂର୍ବରୁ ଅର୍ଜୁନ କପୁର ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଭୂତ ପୋଲିସର ଟ୍ରେଲର ରିଲିଜ୍‌ କରିଛନ୍ତି। ଟ୍ରେଲରରେ ସୈଫ୍‌ ଅଲ୍ଲୀ ଖାନ୍‌ ଓ ଅର୍ଜୁନ କପୁରଙ୍କ ଧମାକେଦାର ଏଣ୍ଟ୍ରି ଦେଖିବାକୁ ମିଳିଛି। ଟ୍ରେଲରରେ ସୈଫ୍‌ ମଜାଳିଆ ଅନ୍ଦାଜରେ ନଜର ଆସିଥିବା ବେଳେ ଅର୍ଜୁନ କପୁର ସିରିୟସ ମୁଡ୍‌ରେ ଅଛନ୍ତି।

ଏମାନଙ୍କ ବ୍ୟତୀତ ଜାଭେଦ ଜାଫରୀଙ୍କୁ ମଧ୍ୟ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମରେ ଅର୍ଜୁନ ଓ ସୈଫ୍‌ ଭୂତ ଧରୁଥିବା ତାନ୍ତ୍ରିକ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମରେ ଅନେକ ଏଭଳି ସିନ୍‌ ଅଛି ଯାହା ଦର୍ଶକଙ୍କୁୁ ହସର ଖୋରାକ ଯୋଗାଇବ। ୧୭ ସେପ୍ଟେମ୍ବର ୨୦୨୧ରେ ଓଟିଟି ପ୍ଲାଟଫର୍ମରେ ଫିଲ୍ମଟି ରିଲିଜ୍‌ ହେବ ବୋଲି ନିର୍ମାତାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।