Below header

୧୨୬ ବର୍ଷ ପରେ ହେବ ଦୀର୍ଘତମ ସୂର୍ଯ୍ୟପରାଗ: ଦିନରେ ଦେଖାଯିବ ତାରା, ଏସବୁ ଅଞ୍ଚଳରେ ହେବ ଦୃଶ୍ୟମାନ

ଦିନ ପାଲଟିବ ରାତି । ଦିନରେ ଦେଖାଯିବ ତାରା । ଦୀର୍ଘ ୧୨୬ ବର୍ଷର ବ୍ୟବଧାନ ପରେ ଦେଖିବାକୁ ମିଳିବ ଏଭଳି ବିରଳ ମହାଜାଗତିକ ଦୃଶ୍ୟ । ଏପ୍ରିଲ ୮ ତାରିଖ ଦିନ ୨ଟା ୧୨ରୁ ଦିନ ୨ଟା ୨୨ ମଧ୍ୟରେ ଏସବୁ ଅଞ୍ଚଳରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ।

ନୂଆଦିଲ୍ଲୀ : ଦିନ ପାଲଟିବ ରାତି । ଦିନରେ ଦେଖାଯିବ ତାରା । ଦୀର୍ଘ ୧୨୬ ବର୍ଷର ବ୍ୟବଧାନ ପରେ ଦେଖିବାକୁ ମିଳିବ ଏଭଳି ବିରଳ ମହାଜାଗତିକ ଦୃଶ୍ୟ । ଏପ୍ରିଲ ୮ ତାରିଖରେ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଗତି କରୁଥିବାରୁ ଏହାର ଛାଇ ଯୋଗୁଁ କାନାଡା, ଆମେରିକା, ମେକ୍ସିକୋ ଓ ଉତ୍ତର ଆମେରିକାର କିଛି ଭାଗରେ ଦୃଶ୍ୟମାନ ହେବ ଦୀର୍ଘତମ ସୂର୍ଯ୍ୟପରାଗ । ଏପ୍ରିଲ ୮ ତାରିଖ ଦିନ ୨ଟା ୧୨ରୁ ଦିନ ୨ଟା ୨୨ ମଧ୍ୟରେ ଏସବୁ ଅଞ୍ଚଳରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ। ତେବେ ଏହି ବିରଳ ମହାଜାଗତିକ ଦୃଶ୍ୟ ଭାରତରେ ଦେଖାଯିବ ନାହିଁ ବୋଲି ଜଣାପଡିଛି।

ପ୍ରତି ୧୮ ମାସରେ ଥରେ ପୃଥିବୀର କୌଣସି ନା କୌଣସି ଅଞ୍ଚଳରେ ସୂର୍ଯ୍ୟପରାଗ ହେଉଥିଲେ ବି ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଅନୁଭୂତ ହେବା ଏକ ବିରଳ ମହାଜାଗତିକ ଘଟଣା । କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବା ପାଇଁ ଶହେ ବର୍ଷରୁ ଅଧିକ ସମୟ ଲାଗିଥାଏ । ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ବେଳେ ସୂର୍ଯ୍ୟଙ୍କ ବାହ୍ୟ ବଳୟ ବା କରୋନାକୁ ଛାଡି ବାକି ଅଂଶ ଘୋଡାଇ ହୋଇଯାଇଥାଏ । ସମୂର୍ଣ୍ଣ ସୂର୍ଯ୍ୟପରାଗ ବେଳେ ଆକାଶ ଅନ୍ଧକାରାଛନ୍ନ ହୋଇ ଗୋଧୂଳିର ଭ୍ରମ ସୃଷ୍ଟି କରିଥାଏ । ପର୍ଯ୍ୟବେକ୍ଷକମାନେ ଦିନରେ ସୂର୍ଯ୍ୟଙ୍କ କରୋନା ସମେତ ତାରା, ଗ୍ରହ ଓ ଗ୍ରହାଣୁପୁଞ୍ଜ ଦେଖି ପାରିବେ । ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦୃଶ୍ୟମାନ ହେଉଥିବା ଅଞ୍ଚଳର ସାଧାରଣ ଲୋକେ ମଧ୍ୟ ସ୍ୱତନ୍ତ୍ର ଉପକରଣ ସହାୟତାରେ ଏସବୁ ଦେଖିପାରିବେ । ଦୀର୍ଘ ସମୟ ଧରି ଦୃଶ୍ୟମାନ ହେବାକୁ ଥିବା ଏହି ମହାଜାଗତିକ ଘଟଣା ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୨୧୫୦ ମସିହା ପର୍ଯ୍ୟନ୍ତ ଆଉ ଦୃଶ୍ୟମାନ ହେବ ନାହିଁ ବୋଲି ମହାକାଶ ବିଜ୍ଞାନୀମାନେ କହିଛନ୍ତି ।

୨୦୧୭ ମସିହାରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ହୋଇଥିଲେ ବି ଏପ୍ରିଲ ୮ ତାରିଖରେ ହେବାକୁ ଥିବା ସୂର୍ଯ୍ୟପରାଗର ସମୟ ଅବଧି ଓ ଦୃଶ୍ୟମାନତା ଅଧିକ ରହୁଥିବାରୁ ଏହାକୁ ବିରଳତମ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଅଭୂତପୂର୍ବ ଘଟଣା ବୈଜ୍ଞାନିକ ଅନୁସନ୍ଧାନ ପାଇଁ ସ୍ୱତନ୍ତ୍ର ସୁଯୋଗ ପ୍ରଦାନ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.