ବିନ୍ଦୁସାଗରରୁ ମିଳିଲା ମହିଳାଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ

ବିନ୍ଦୁସାଗରରୁ ମିଳିଲା ମହିଳାଙ୍କ ମୃତଦେହ । ପାଣି ଭିତରୁ ଉଦ୍ଧାର କଲା ଲିଙ୍ଗରାଜ ଥାନା ପୋଲିସ । ପ୍ରଦୀପ ସେବା ଟ୍ରଷ୍ଟ ସହାୟତାରେ ଉଦ୍ଧାର ହୋଇଛି ମୃତଦେହ। ମହିଳାଙ୍କ ବୟସ ପାଖାପାଖି ୪୦ ହେବ ବୋଲି କୁହାଯାଉଛି । ଗତକାଲି ରାତିରେ ପାଣିରେ ବୁଡି ଯାଇଥିବା ନେଇ ସନ୍ଦେହ କରାଯାଉଛି ।

ଭୁବନେଶ୍ୱର (କେନ୍ୟୁଜ): ବିନ୍ଦୁସାଗରରୁ ମିଳିଲା ମହିଳାଙ୍କ ମୃତଦେହ । ପାଣି ଭିତରୁ ଉଦ୍ଧାର କଲା ଲିଙ୍ଗରାଜ ଥାନା ପୋଲିସ । ପ୍ରଦୀପ ସେବା ଟ୍ରଷ୍ଟ ସହାୟତାରେ ଉଦ୍ଧାର ହୋଇଛି ମୃତଦେହ। ମହିଳାଙ୍କ ବୟସ ପାଖାପାଖି ୪୦ ହେବ ବୋଲି କୁହାଯାଉଛି । ମହିଳା ଜଣଙ୍କ ସାଲୱାର ପିନ୍ଧିଛନ୍ତି । ଏପର୍ଯ୍ୟନ୍ତ ତାଙ୍କ ପରିଚୟ ମିଳିପାରିନାହିଁ ।

ଗତକାଲି ରାତିରେ ପାଣିରେ ବୁଡି ଯାଇଥିବା ନେଇ ସନ୍ଦେହ କରାଯାଉଛି । ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିବା ବେଳେ ଲିଙ୍ଗରାଜ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଂଚି ଛାନବିନ କରୁଛି ।

ସୂଚନା ଯୋଗ୍ୟ ଗତକାଲି ଦୟା ନଦୀରୁ ମଣିଷ କଙ୍କାଳ ଉଦ୍ଧାର କରାଯାଥିଲା । କଙ୍କାଳକୁ ରଶିରେ ବନ୍ଧା ହୋଇଥିବାର ଦେଖିବାକୁ ମିଳିଥିଲା । କାହାର କଙ୍କାଳ ଏବଂ ଏଠାକୁ କିଭଳି ଆସିଲା ତାହା ଅସ୍ପଷ୍ଟ ଥିଲା । ଧଉଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.