ପ୍ରସନ୍ନ ଆଚାର୍ଯ୍ୟଙ୍କ ମୁଣ୍ଡ ଓ ଆଖିରେ ଲାଗିଛି ଗଭୀର ଆଘାତ, ଶରୀରରେ ପଡିଛି ୩୬ଟି ଷ୍ଟିଚ୍

ବାପ୍ ରେ କି ଦୁର୍ଘଟଣା ।  ଗାଡିର ସମ୍ମୁଖ ପାଖ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ।  ଦୁର୍ଘଟଣା କେତେ ଭୟଙ୍କର ଥିଲା ଗାଡି ଦେଖିଲେ  ଯେ କେହିବି ଅନୁମାନ କରିପାରିବେ। ତେବେ ଯେ ଏତେ ବଡ ଦୁର୍ଘଟଣାର ଶୀକାର ହୋଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ।

ସମ୍ବଲପୁର/ରେଢାଖେୋଲ (କେନ୍ୟୁଜ):  ବାପ୍ ରେ କି ଦୁର୍ଘଟଣା ।  ଗାଡିର ସମ୍ମୁଖ ପାଖ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ।  ଦୁର୍ଘଟଣା କେତେ ଭୟଙ୍କର ଥିଲା ଗାଡି ଦେଖିଲେ  ଯେ କେହିବି ଅନୁମାନ କରିପାରିବେ । ତେବେ ଏତେ ବଡ ଦୁର୍ଘଟଣାର ଶୀକାର ହୋଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ଏହି ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ମୁଣ୍ଡ ଓ ଆଖିରେ ଲାଗିଛି ଗଭୀର ଆଘାତ। ଭୁବନେଶ୍ୱରରୁ ବରଗଡ଼ ଫେରୁଥିବା ବେଳେ ରାତିରେ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ରେଢ଼ାଖୋଲ ସ୍ଥିତ ଲୁହାପଙ୍କ ଠାରେ ଏକ ବୁଲାଣିରେ ତାଙ୍କ କାରକୁ ଏକ ଟ୍ୟାଙ୍କର ସାମ୍ନା ପଟରୁ ଧକ୍କା ଦେଇଥିଲା । ତାଙ୍କୁ ପ୍ରଥମେ ରେଢ଼ାଖୋଲ ମେଡିକାଲକୁ ନିଆଯାଇଥିଲା ।

car

ତେବେ ସେହି ସମୟରେ ଏକ ଆମ୍ବୁଲାନ୍ସ ‌ ଆସୁଥିଲା । ସେହି ଗାଡ଼ି ଚାଳକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଉଦ୍ଧାର କରି ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନାକୁ ନେଇଥିବା ସୂଚନା ମିଳିଛି । ଏହାପରେ କିଛି କର୍ମୀମାନେ ତାଙ୍କୁ ସମ୍ବଲପୁରର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲେ । ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି । ପ୍ରସନ୍ନ ଆଚାର୍ଯ୍ୟଙ୍କ ଶରୀରରେ ପାଖାପଖି ୩୬ଟି ଷ୍ଟିଚ୍ ପଡ଼ିଛି । ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ମୁଣ୍ଡରେ କେବଳ ୩୦ଟି ଷ୍ଟିଚ୍‌ ଓ ଶରୀରର ଅନ୍ୟ ସ୍ଥାନରେ ୬ଟି ଷ୍ଟିଚ୍‌ ପଡ଼ିଥିବା ସୂଚନା ମିଳିଛି ।

ଏପଟେ ଦୁର୍ଘଟଣା ଖବର ପାଇ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରିବାର ଲୋକେ ମେଡିକାଲରେ ପହଞ୍ଚିଛନ୍ତି । ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଆଜି ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଅଣାଯିବା ପାଇଁ ଯୋଜନା କରାଯାଇଛି । ଦିନ ୧୦ଟା ବେଳକୁ ତାଙ୍କୁ ଭୁବନେଶ୍ୱର ଅଣାଯିବ ବୋଲି ଶୁଣିବାକୁ ମିଳୁଛି । ଦୁର୍ଘଟଣାରେ ପ୍ରସନ୍ନଙ୍କ ପିଏସଓ ମଧ୍ୟ ଆହତ ହୋଇଛନ୍ତି । ତାଙ୍କର ଗୋଡ଼ ଭାଙ୍ଗି ଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ଖବର ପାଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ମେଡିକାଲରେ ପହଞ୍ଚିଥିଲେ।

ଏପଟେ ଟ୍ୟାଙ୍କର ଗାଡ଼ିଟି ପ୍ରାୟ ଖୁବ୍ ସ୍ପିଡରେ ଆସୁଥିଲା । ଏହା ଦେଖି ଡ୍ରାଇଭର ଗାଡ଼ି ସାଇଡ କରି ଦେଇଥିଲେ । ଏହାପରେ ବି ଟ୍ୟାଙ୍କର ଗାଡ଼ିଟି ପ୍ରସନ୍ନଙ୍କ ଗାଡ଼ିକୁ ଜୋରରେ ଧକ୍କା ଦେଇଥିଲା । ସୂଚନା ଥାଉକି, ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ରେଢ଼ାଖୋଲ ପୋଲିସ୍‌ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ିକୁ ଜବତ କରିବା ସହ ଟ୍ୟାଙ୍କର ଡ୍ରାଇଭରକୁ ଅଟକ ରଖି ଅଧିକ ପଚରାଉଚରା କରୁଛି  ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.