ଦୀର୍ଘ ୫ ଘଣ୍ଟା ପରେ ଯନ୍ତାରେ ଫସିଲା ଭାଲୁ, ଖାଦ୍ୟ ଅନ୍ୱେଷଣରେ ଆସି ଗାଁରେ କରୁଥିଲା ଉପଦ୍ରବ

ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ ଯନ୍ତାରେ ଫସିଲା ବଣ ଭାଲୁ । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜ ଅଧିନ ବରଗାଁରେ ଦୀର୍ଘଦିନ ଧରି ଏକ ଜଙ୍ଗଲୀ ଭାଲୁ ଖାଦ୍ୟ ଅନ୍ୱେଷଣରେ ଆସି ଉପଦ୍ରବ କରିବା ସହ ଘର ଭିତରେ ପଶି ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ସହ ନଷ୍ଟ କରୁଥିଲା।

ନବରଙ୍ଗପୁର (କେନ୍ୟୁଜ): ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ ଯନ୍ତାରେ ଫସିଲା ବଣ ଭାଲୁ । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜ ଅଧିନ ବରଗାଁରେ ଦୀର୍ଘଦିନ ଧରି ଏକ ଜଙ୍ଗଲୀ ଭାଲୁ ଖାଦ୍ୟ ଅନ୍ୱେଷଣରେ ଆସି ଉପଦ୍ରବ କରିବା ସହ ଘର ଭିତରେ ପଶି ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ସହ ନଷ୍ଟ କରୁଥିଲା। ଏହାକୁ ନେଇ ଗ୍ରାମବାସୀ ମାନେ ଭୟଭୀତ ହେବା ସହ ଆତଙ୍କିତ ହୋଇ ରହୁଥିଲେ । ଏନେଇ ବନ ବିଭାଗକୁ ଖବର ଦେବା ପରେ ବନବିଭାଗ ପକ୍ଷରୁ ଭାଲୁକୁ ଧରିବାରେ ସକ୍ଷମ ହୋଇଛନ୍ତି।

ଭାଲୁଟି ଜଙ୍ଗଲ ନିକଟରେ ଥିବା ଏକ ନିର୍ମାଣ ଧୀନ ଘର ଭିତରେ ପଶି ରହିଥିଲା । ଏହାର ଖବର ପାଇବା ପରେ ବନବିଭାଗ ଘରଟିକୁ ସବୁ ଆଡୁ ବନ୍ଦ କରିବା ସହ ଯନ୍ତା ବସାଇ ଭାଲୁ କାବୁ କରିବାରେ ସଫଳ ହେଇଥିଲେ । ନବରଙ୍ଗପୁର ଡିଏଫଓ ଶୁଭେନ୍ଦୁ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ସହ ଭାଲୁ ଧରିବାରେ ସକ୍ଷମ ହୋଇଛନ୍ତି । ଉଦ୍ଧାର ହୋଇଥିବା ଭାଲୁକୁ ଅଜଣା ସ୍ଥାନରେ ରଖାଯିବା ସହ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଭାଲୁଟି ସୁସ୍ଥ ହେବା ପରେ ତାକୁ ଛଡା ଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

 

You might also like