ସାରସ ପରେ ଆରିଫ୍‌ଙ୍କୁ ମିଳିଲା ନୂଆ ସାଙ୍ଗ, ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ପୋଷ୍ଟ୍‍

ସାରସ ପକ୍ଷୀ ଯିବା ପରେ ଆରିଫ୍‌ଙ୍କୁ ମିଳିଛି ନୂଆ ସାଙ୍ଗ। ସାରସ ସହିତ ବନ୍ଧୁତାକୁ ନେଇ ଚର୍ଚ୍ଚାରେ ଥିଲେ ଆମେଠିର ମହମ୍ମଦ ଆରିଫ୍‌। ଆଉ ଏବେ ସେ ପୁଣି ଏକ ବାଜପକ୍ଷୀ ସହିତ ବନ୍ଧୁତା କରି ଚର୍ଚ୍ଚାକୁ ଆସିଛନ୍ତି।

ସାରସ ପକ୍ଷୀ ଯିବା ପରେ ଆରିଫ୍‌ଙ୍କୁ ମିଳିଛି ନୂଆ ସାଙ୍ଗ। ସାରସ ସହିତ ବନ୍ଧୁତାକୁ ନେଇ ଚର୍ଚ୍ଚାରେ ଥିଲେ ଆମେଠିର ମହମ୍ମଦ ଆରିଫ୍‌। ଆଉ ଏବେ ସେ ପୁଣି ଏକ ବାଜପକ୍ଷୀ ସହିତ ବନ୍ଧୁତା କରି ଚର୍ଚ୍ଚାକୁ ଆସିଛନ୍ତି। ସାରସ ପରେ ଆରିଫ୍‌ଙ୍କ ନୂଆ ସାଙ୍ଗ ହୋଇଛି ‘ବାଜ’। ଆରିଫ୍‌ଙ୍କ ସହ ବାଜପକ୍ଷୀର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କୁହାଯାଉଛି କି, ସାରସ ଭଳି ବାଜ ମଧ୍ୟ ଆରିଫ୍‌ଙ୍କୁ ଆହତ ଅବସ୍ଥାରେ ମିଳିଥିଲା।

ସୂଚନା ମୁତାବକ, ଆରିଫ୍‌ଙ୍କ ପୂର୍ବ ସାଙ୍ଗ ସାରସକୁ ବନ କର୍ମଚାରୀମାନେ ଚିଡ଼ିଆଖାନା ନେଇଯାଇଥିଲେ। ଏହାରି ଭିତରେ ଆରିଫ୍‌ଙ୍କୁ ବର୍ତ୍ତମାନ ଏକ ନୂଆ ସାଙ୍ଗ ମିଳିଯାଇଛି। ମାସେ ହେବ ବାଜ ପକ୍ଷୀଟି ଆରିଫ୍‌ଙ୍କ ସହିତ ରହୁଛି। ଆରିଫ୍‌ଙ୍କ ହାତ ଓ କାନ୍ଧ ଉପରେ ବସୁଛି। ଆରିଫ୍‌ ଯେଉଁଆଡ଼େ ଯାଉଛନ୍ତି, ପକ୍ଷୀଟି ସେହିଆଡ଼େ ଯାଉଛି। ଖାଇବା ପିଇବା ବି ଏକାଠି କରୁଛି।

ଏ ସମ୍ପର୍କରେ ଆରିଫ୍‌ କୁହନ୍ତି, ୧ ମାସ ତଳେ ତାଙ୍କୁ ଏକ ଫୋନ୍‌ କଲ୍‌ ଆସିଥିଲା। ବାଜପକ୍ଷୀ ଆହତ ଅବସ୍ଥାରେ ପଡ଼ିଥିବା କେହି ଜଣେ ତାଙ୍କୁ କହିଥିଲେ। ଖବର ପାଇ ସେ ସେଠାରେ ପହଞ୍ଚି ପକ୍ଷୀଟିକୁ ସାଙ୍ଗରେ ନେଇ ଚାଲିଆସିଥିଲେ। ତାଙ୍କ କହିବା ହେଲା, କୌଣସି ବାଇକ୍‌ରେ ମାଡ଼ ହୋଇ ବାଜ ଆହତ ହୋଇଥିଲା।

ଏହାପରେ ଆରିଫ୍‌ ଏକ ସରକାରୀ ପ୍ରାଣୀ ଚିକିତ୍ସାଳୟରେ ତା’ର ଚିକିତ୍ସା କରାଇଥିଲେ। ୪-୫ ଦିନ ମଧ୍ୟରେ ସୁସ୍ଥ ହେବା ପରେ ସେ ପକ୍ଷୀଟିକୁ ଛାଡ଼ି ଦେଇଥିଲେ। ହେଲେ ପକ୍ଷୀଟି ପୁଣିଥରେ ତାଙ୍କ ପାଖକୁ ଫେରିଆସିଥିଲା। ବର୍ତ୍ତମାନ ସେ ଆରିଫ୍‌ଙ୍କ ଆଖପାଖରେ ରହୁଛି। ମନ ହେଲେ ଚାଲିଯାଉଛି, ପୁଣି ମନ ହେଲେ ଚାଲିଆସୁଛି। ବାଜ ପକ୍ଷୀଟି ତାଙ୍କ ଘର ଆଖପାଖରେ ଉଡ଼ି ବୁଲୁଛି।

Leave A Reply

Your email address will not be published.