ପିପିଇ କିଟ୍‌ ପିନ୍ଧି ହସପିଟାଲ ଯାଉଥିଲେ ଦୁଇ ଯୁବକ, କରୋନାରେ ମୃତ୍ୟୁବରଣ କରୁଥିବା ମହିଳାଙ୍କ ଶବ ସହିତ କରୁଥିଲେ ଏମିତି କାମ

କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ୱ ହାହାକାର ମୟ। ଏହି ମହାମାରୀ ଯୋଗୁଁ ବିଶ୍ୱର ଲକ୍ଷାଧିକ ଲୋକଙ୍କ ପ୍ରାଣ ଯାଇସାରିଥିବା ବେଳେ ଅନେକ ଲୋକ ଆକ୍ରାନ୍ତ ହୋଇଛନ୍ତି। ସମଗ୍ର ଦୁନିଆର ବୈଜ୍ଞାନିକ ଏହି ମହାମାରୀରୁ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାର ଔଷଧ ଏବଂ ଟୀକା ଉପରେ ଗବେଷଣା କରିବାରେ ଲାଗିପଡିଛନ୍ତି। ଏହି ଭାଇରସ ଏତେ ମାରାତ୍ମକ ଯେ, ଏହି ରୋଗରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଶବକୁ ଛୁଇଁବାକୁ ଲୋକେ ଡରୁଛନ୍ତି।

କେବଳ ଲୋକେ ନୁହେଁ ଡାକ୍ତର ଏହି ରୋଗର ଚିକିତ୍ସା କରିବା ପାଇଁ ମଧ୍ୟ ପିପିଇ କିଟ୍‌ ପିନ୍ଧି ଚିକିତ୍ସା କରୁଛନ୍ତି। କରୋନା ମୃତକଙ୍କୁ ପରିବାର ଲୋକ ଛୁଇଁବାକୁ ଡରୁଥିବା ବେଳେ କିନ୍ତୁ ଏହି ଯୁବକ ଦୁଇଜଣ ନିଜ ଜୀବନକୁ ପାଣିଛଡାଇ ଏପରି କାମ କରୁଥିଲେ, ତାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଗୁଜୁରାଟ ଅହମଦାବାଦର ଏହି ଦୁଇ ଯୁବକ ହସପିଟାଲକୁ ପିପିଇ କିଟ୍‌ ପିନ୍ଧି ଯାଇ କରୋନାରେ ମୃତ୍ୟୁବରଣ କରିଥିବା ଶବରୁ ଗହଣା ଚୋରି କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି।

kit

ସୂଚନା ମୁତାବକ, ଅମରାଇବାଡିର କଂଗ୍ରେସ ପରିଷଦ ଜଗଦୀଶ ରାଠୋର ସିଭିଲ ହସପିଟାଲର ଅଧୀକ୍ଷକଙ୍କୁ ଏକ ପତ୍ର ଲେଖିଥିଲେ। ଯେଉଁଥିରେ ସେ ହସପିଟାଲ ଉପରେ ଆରୋପ ଲଗାଇ ଲେଖିଥିଲେ କି, ତାଙ୍କର ଏକ ସମ୍ପର୍କୀୟ ମହିଳାଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ସେହି ମହିଳା ଜଣକ କିଛି ସୁନା ଗହଣା ପିନ୍ଧିଥିଲେ। କିନ୍ତୁ ସେହି ମହିଳାଙ୍କ ପତି ହସପିଟାଲରେ ପହଞ୍ଚିବା ପରେ ତାଙ୍କ ମୃତ ପତ୍ନୀଙ୍କ ଶବରେ କୌଣସି ସୁନା ଗହଣା ନଥିଲା। ଏହିକଥା କଂଗ୍ରେସ ପାରିଷଦ ଅଭିଯୋଗ କରିବା ପରେ ହସପିଟାଲ କର୍ତ୍ତୃପକ୍ଷ ଘଟଣାର ଖୋଳତାଡ କରିଥିଲେ।

kita

ହସପିଟାଲ କର୍ମଚାରୀ ସିସି ଟିଭି ଚେକ୍‌ କରିବା ପରେ ସବୁକିଛି ତଥ୍ୟ ସାମ୍ନାକୁ ଆସିଥିଲା। ହସପିଟାଲକୁ ଦୁଇଜଣ ଯୁବକ ପିପିଇ କିଟ୍‌ ପିନ୍ଧି ଆସୁଥିବାରୁ ପ୍ରଥମେ କିଛି ଜଣାପଡିନଥିଲା। ତା’ ପରେ ହସପିଟାଲର ରେଜିଷ୍ଟର ଚେକ୍‌ କରାଯାଇଥିଲା। ସେଥିରୁ କିଛି ଜଣାପଡିନଥିଲା। ତା’ ପରେ ଡ୍ୟୁଟିରେ ଥିବା ସମସ୍ତ ଷ୍ଟାଫଙ୍କୁ ପଚାରା ଉଚରା କଲାପରେ ସତ ଜଣାପଡିଥିଲା। ଏହି ଘଟଣାରେ ପୋଲିସ ଦୁଇ ଯୁବକଙ୍କୁ ଗିରଫ କରିବା ପରେ ଗହଣା ଜବତ କରି ପରିଜନଙ୍କୁ ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.