ବିହାର ରେଳବାଇ ୟାର୍ଡରେ ଅଦ୍ଭୁତ ଘଟଣା, ଟ୍ରେନ୍‌ ଇଂଜିନ ଚୋରି କରିନେବା ପାଇଁ ଟନେଲ ଖୋଳିଲେ ଚୋର, ପୂର୍ବରୁ ପୋଲ ଓ ମୋବାଇଲ ଟାଓ୍ଵାର କରିଥିଲେ ଚୋରି

ପାଟନା : ଚୋରିର ବିଭିନ୍ନ କାଟାଗୋରୀ ରହିଛି । ଲାଉ,କଖାରୁ ଭଳି ଛୋଟ ଚୋରି ହେଉ ବା ସୁନା ରୁପା ଟଙ୍କା ପଇସା ହେଉ । ଚୋର ଚୋରି କରିବା ପାଇଁ ବିଭିନ୍ନ ଉପାୟ ପ୍ରୟୋଗ କରିଥାନ୍ତି । ହେଲେ ବିହାରରେ ଏପରି ଏକ ଚୋରି ପାଇଁ ଚୋରମାନେ ଯୋଜନା କରିଛନ୍ତି,ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏ ଚୋରି ଏମିତି ସେମିତି ଚୋରି ନୁହେଁ ରେଲ ଇଂଜିନ ଚୋରି । ଚୋରମାନେ ଏକାଥରେ ରେଳ ଇଂଜିନ ଚୋରି ପାଇଁ କରିଛନ୍ତି ବ୍ୟବସ୍ଥା ।

ବିହାର ରେଳବାଇ ୟାର୍ଡରୁ ଗୋଟିଏ ରେଳ ଇଂଜିନ ଚୋରି କରିବା ପାଇଁ ଚୋରମାନେ ମାଟିତଳେ ଟନେଲ ଖୋଳିଛନ୍ତି । ଏହି ଘଟଣା ଜଣାପଡିବା ପରେ ପୋଲିସ ଏଥିରେ ୩ ଜଣଙ୍କୁ ଗିରଫ କରିଛି । ଜେରା ବେଳେ ଚୋରମାନେ ପୋଲିସ ନିକଟରେ ଏହି ସୂଚନା ଦେଇଛନ୍ତି । ସେମାନଙ୍କ ସୂଚାନ ଅନୁଯାୟୀ ପୋଲିସ ବିହାର ମୁଜାଫରପୁର ଜିଲ୍ଲା ପ୍ରଭାତନଗରରେ ଥିବା ଏକ ସ୍କାର୍ପ ଗୋଡାଉନରେ ଖାନତଲାସ କରି ରେଲ ଇଂଜିନର ବହୁ ଯନ୍ତ୍ରାଂଶ ପାଇଛନ୍ତି ।

ଖାଲି ସେତିକି ନୁହେଁ ଚୋରମାନେ ଏଥିପୂର୍ବରୁ ଏକ ଲୁହା ପୋଲି ଚୋରି କରିନେଇଯାଇଥିଲେ । ପରେ ଏକ ମୋବାଇଲ ଟାଓ୍ଵାରକୁ ମଧ୍ୟ ଚୋରି କରିଥିବା ଜଣାଯାଇଛି । ଏହି ଟାଓ୍ଵାର ଚୋରି ବେଳେ ଚୋରମାନେ ଗ୍ୟାସ କଟର ଓ ବିଭିନ୍ନ ଯନ୍ତ୍ରାଂଶ ସଂଗରେ ଧରି ଟାଓ୍ଵାରଟିକୁ କାଟୁଥିବା ବେଳେ ଦୀର୍ଘ ୧୮ ବର୍ଷ ତଳେ ଟାଓ୍ଵାର ବସିଥିବା ଉକ୍ତ ଜମିର ମାଲିକ ଏ ସମ୍ପର୍କରେ ଉକ୍ତ ଚୋରମାନଙ୍କୁ ପଚାରିଥିଲେ ।

ହେଲେ ସେମାନେ କମ୍ପାନୀର ଲୋକ ଓ ଏଠାରେ ତାଙ୍କ ଚୁକ୍ତିର ସମୟସୀମା ସରିଯାଇଥିବାରୁ ଟାଓ୍ଵାର ନିଆଯାଉଛି ବୋଲି ଚୋରମାନେ କହିଥିଲେ । ହେଲେ ପ୍ରକୃତ କମ୍ପାନୀ କର୍ମଚାରୀମାନେ ଯେବେ ଟାଓ୍ଵାର ତଦନ୍ତରେ ଆସିଲେ ସେତେବେଲେ ଏହି କଥା ଜଣାପଡିଥିଲା । ଏହି ଟାଓ୍ଵାରର ମୂଲ୍ୟ ପ୍ରାୟ ୧୯ ଲକ୍ଷ ଟଙ୍କା ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.