ଶଳାର ବିବାହ ଭୋଜିକୁ ଆସି ପୋଖରୀରେ ବୁଡ଼ି ଭିଣୋଇ ନିଖୋଜ

ବେଗୁନିଆ(କେନ୍ୟୁଜ୍): ଶଳାର ବିବାହ ଭୋଜିକୁ ଆସି ପୋଖରୀରେ ବୁଡ଼ି ଭିଣୋଇ ନିଖୋଜ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ହାଟବସ୍ତ ଗାଁରୁ ଆସିଛି ଅଭିଯୋଗ। ପୁବୁସାହି ଗାଁର ବାପି ସାମନ୍ତରାୟ ହାଟବସ୍ତ ସ୍ଥିତ ନିଜ ଶଳା ଦିପୁ ଚମ୍ପତିଙ୍କ ବିବାହ ଭୋଜିକୁ ଆସିଥିଲେ। ଗତକାଲି ବିଳମ୍ବିତ ରାତିରେ ବାପି କିଛି ଯୁବକଙ୍କ ସହ ହାଟବସ୍ତ ଗାଁ ନିକଟରେ ପୋଖରୀକୁ ଯାଇଥିଲେ।

ପୋଖରୀରେ ଅସାବଧନତା ଯୋଗୁ ପଡିଯାଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ବୋଲଗଡ଼ ଅଗ୍ନିଶମ ବାହିନୀଙ୍କୁ ରାତିରେ ଖବର ଦେଇଥିଲେ। ତାଙ୍କୁ ପୋଖରୀ ଭିତରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ଆଜି ସକାଳୁ ଖୋର୍ଦ୍ଧାରୁ ଗୋଟିଏ ଓଡ୍ରାଫ୍‌ ଟିମ୍‌ ସହ ବୋଲଗଡ଼ ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀରେ ଖୋଜା ଖୋଜି ଜାରି ରହିଛି। ଏ ଯାଏ ନିଖୋଜ ବାପି ସାମନ୍ତରାୟଙ୍କ ସନ୍ଧାନ ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.