ପୁଣି ବିଫଳ ହେଲା ଚାଷୀ-ସରକାର ଆଲୋଚନା, ଆଜି ମଧ୍ୟ ବାହାରି ପାରିଲାନି ନିଷ୍କର୍ସ

କେନ୍ୟୁଜ୍(ବ୍ୟୁରୋ): ପୁଣି ଆଲୋଚନା ବିଫଳ । ଆଜିର ଆଲୋଚନାରୁ ମଧ୍ୟ ବାହାରି ପାରିଲାନି ନିଷ୍କର୍ସ । ଆସନ୍ତା ୧୯ରେ ପୁଣି ଥରେ ଆଲୋଚନା ଟେବୁଲରେ ବସିବେ ଚାଷୀ-ସରକାର । ଉଭୟ ପକ୍ଷ ଏଥିପାଇଁ ସହମତି ପ୍ରକାଶ କରିଛନ୍ତି । ଆଜି ନବମ ପର୍ଯ୍ୟାୟ ଆଲୋଚନା ହେବାର ଥିଲା । କୃଷି ଆଇନ ଉଛେଦ ଓ ଏମ୍ଏସ୍ପି ଗ୍ୟାରେଣ୍ଟିରୁ ପଛକୁ ହଟୁ ନାହାନ୍ତି ଚାଷୀ । ସରକାର ବି ଜିଦ୍ରେ । ତେଣୁ ବାରମ୍ବାର ବିଫଳ ହେଉଛି ଆଲୋଚନା ।

ବୈଠକ ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଆଜି କିଛି ନିଷ୍ପତ୍ତି ହୋଇପାରିଲାନି । କିନ୍ତୁ ଆଲୋଚନା ମାଧ୍ୟମରେ ସମାଧାନ ନେଇ ଆମେ ଆଶାବାଦୀ ଅଛୁ । ଭୀଷଣ ଥଣ୍ଡାରେ ଆନ୍ଦୋଳନରେ ବସିଥିବା ଚାଷୀଙ୍କ ପାଇଁ ସରକାର ଚିନ୍ତିତ ଅଛନ୍ତି । ଚାଷୀ କହିଛନ୍ତି, ଆମ ଦାବି ଅପୂରଣୀୟ ରହିଛି । ସୁପ୍ରିମକୋର୍ଟ ଗଠନ କରିଥିବା କମିଟିକୁ ଚାଷୀ ସଂଗଠନ ଯିବେ ନାହିଁ । କେବଳ ସରକାରଙ୍କ ସହ ଆଲୋଚନା ହେବ ବୋଲି ଭାରତୀୟ କିଷାନ ୟୁନିୟନ୍ର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି ।