ରୋଷେଇ ଶାଳକୁ ଚଡକ, ପୁଣି ମହଙ୍ଗା ହେଲା ଏଲପିଜି

ନୂଆଦିଲ୍ଲୀ(କେନ୍ଯୁଜ୍) : ବୁଧବାର ମଧ୍ୟରାତ୍ରିରୁ ସବ୍ସିଡି ଓ ଅଣ ସବ୍ସିଡି ଏଲପିଜି ଦର ବୃଦ୍ଧି ପାଇଛି। ସବ୍ସିଡି ଯୁକ୍ତ ଗ୍ୟାସ ସିଲିଣ୍ଡର ପିଛା ୨ଟଙ୍କା ୯୪ ପଇସା ବୃଦ୍ଧି ପାଇଥିବା ବେଳେ ଅଣ ସବସିଡି ସିଲିଣ୍ଡର ଦର ୬୦ ଟଙ୍କା ବୃଦ୍ଧି ପାଇଛି। ଗତ ୪ ମାସ ଭିତରେ ଏଲ୍ପିଜିରେ ଏଭଳି ଲଗାତାର ୬ଥର ଦରବୃଦ୍ଧି ହେଲାଣି। ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ପକ୍ଷରୁ ଜାରି ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଟିକସ ପ୍ରଭାବରେ ଏଲ୍ପିଜିର ମୂଳ ଦର ବଢ଼ିଥିବାରୁ ଏପରି ଦରବୃଦ୍ଧି ହୋଇଛି।
ଏହି ବର୍ଦ୍ଧିତ ଦର ପରେ, ଏବେ ଗ୍ରାହକମାନଙ୍କୁ ସବ୍ସିଡିଯୁକ୍ତ ଗ୍ୟାସ୍ ପାଇଁ ସିଲିଣ୍ଡର ପିଛା ୫୦୫ ଟଙ୍କା ୩୪ ପଇସା ଦେବାକୁ ପଡ଼ିବ। ପୂର୍ବରୁ ୫୦୨ ଟଙ୍କା ୪୦ ପଇସା ଦେବାକୁ ପଡୁଥିଲା। ସେହିପରି ଅଣସବ୍ସିଡି ଗ୍ୟାସ୍ ସିଲିଣ୍ଡର ପାଇଁ ୮୮୦ ଟଙ୍କା ଦେବାକୁ ପଡ଼ିବ।