ବିମାନ ସେବା ବନ୍ଦ ହେଲେ ଯାତ୍ରୀମାନଙ୍କୁ ସମସ୍ତ ଟଙ୍କା ଫେରାଇବା ଏୟାର ଲାଇନ୍ସ
ଜାମ୍ମୁ କାଶ୍ମୀରରେ ବର୍ତ୍ତମାନ ପରିସ୍ଥିତି ଦେଖିବା ପରେ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଶ୍ରୀନଗରକୁ କୌଣସି ବିମାନ ଏବଂ ସେଠାରୁ ଆସିବାକୁ ରଦ୍ଦ କରାଯାଇଛିା ଏହି ନିୟମ ଲାଗୁ ହେବା ପରେ ଯାତ୍ରୀମାନଙ୍କ ସମସ୍ତ ଟଙ୍କା ଫେରାଇ ଦେବା ପାଇଁ ନିଷ୍ପତି ନିଆଯାଇଛିା ଏହା ବ୍ୟତୀତ ଏୟାର ଏସିୟା ମଧ୍ୟ ୨ ରୁ ୫ ଅଗଷ୍ଟ ପର୍ଯ୍ୟନ୍ତ ନିଜର ସେବା ବନ୍ଦ ରଖିବା ପାଇଁ ଘୋଷଣା କରିଛିା ସୂଚନା ଅନୁଯାୟୀ ସରକାର ଆତଙ୍କୀ ହମଲା ଆର୍ଲଟକୁ ନଜରରେ ରଖି ରାଜ୍ୟରେ ଚାଲୁଥିବା ଅମରନାଥ ଯାତ୍ରାକୁ ମଧ୍ୟ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତିା ଏହା ବ୍ୟତୀତ ଭିସ୍ତାର ଏୟାରଲାଇନ୍ସ ୨ ଅଗଷ୍ଟରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ଶ୍ରୀନଗର ସହ ଜଡିତ ବିମାନ ସେବା ବନ୍ଦ କରିବା ସହ ଯାତ୍ରୀମାନଙ୍କ ସମସ୍ତ ଟଙ୍କା ଫେରାଇ ଦେବା ପାଇଁ ଘୋଷଣା କରିଛିା ଏୟାର ଇଣ୍ଡିଆ ଏବଂ ଭିସ୍ତାର ବିମାନ ପରେ ଏୟାର ଏସିଆ ଏବଂ ସ୍ପାଇସ୍ ଜେଟ୍ ମଧ୍ୟ ୩ ଅଗଷ୍ଟରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ କରିବା ପାଇଁ ମଧ୍ୟ ଘୋଷଣା କରିଛିା
ସୂଚନା ଅନୁଯାୟୀ ଜାମ୍ମୁ କାଶ୍ମୀରରେ କିଛି ଦିନ ପୂର୍ବରୁ ପାରାମିଲିଟାରୀ ଫୋର୍ସର ୧୦୦ଟି କମ୍ପାନୀରେ ୧୦ ହଜାର ଯବାନ ବୃଦ୍ଧି କରିବା ପାଇଁ ଘୋଷଣା କରାଯାଇଥିଲାା ଏହାପରେ ଗୁରୁବାର ଦିନ ୨୮୧ କମ୍ପାନୀ ପକ୍ଷରୁ ୨୫ ହଜାର ଯବାନଙ୍କୁ କାଶ୍ମୀରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିଯୁକ୍ତି କରିବା ପାଇଁ ନିଷ୍ପତି ନିଆଯାଇଥିଲାା ଏହାପରେ ଅମରନାଥ ଯାତ୍ରାକୁ ବନ୍ଦ କରିବାରୁ ଘାଟିରେ ବିଭ୍ରାଟ ସୃଷ୍ଟି ହୋଇଥିଲାା ଏହାପରେ ରାସନ ଦୋକାନ ଏବଂ ପେଟ୍ରୋଲ ପମ୍ପରେ ଲୋକମାନଙ୍କ ଭିଡ ଦେଖିବାକୁ ମିଳିଥିଲାା ସ୍ଥାନୀୟ ପ୍ରଶାସନ କହିବା ଅନୁଯାୟୀ ଶନିବାର ଦିନ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ କରାଯିବ ନାହିଁ ଏବଂ ଲୋକମାନେ ମଧ୍ୟ ଏହି ବିଭ୍ରାଟରେ ଧ୍ୟାନ ଦିଅନ୍ତୁ ନାହିାଁ
ଏହାସହ ପଢନ୍ତୁ: ମା’ କୋଳରୁ ଉଠାଇ ନେଇ ଶିଶୁକନ୍ୟାକୁ କଲେ ଗଣଦୁଷ୍କର୍ମ, କାନ୍ଦିବାରୁ କାଟିଦେଲେ ମୁଣ୍ଡ
ରିପୋର୍ଟ ଅନୁଯାୟୀ କାଶ୍ମୀରରେ ରାଜନୈତିକ ଦଳ ପକ୍ଷରୁ ଅମରନାଥ ଯାତ୍ରା ବନ୍ଦ ହେବା ଏବଂ ସୁରକ୍ଷାବଳୟକୁ ବଢାଇବା ଘୋଷଣା କରିବା ପରେ ପରସ୍ପର ମଧ୍ୟରେ ଆଲୋଚନା କରିଛନ୍ତିା ଏହାପରେ ଏହି ଦଳର ପ୍ରତିନିଧି ରାଜ୍ୟପାଳ ସତ୍ୟପାଲ ମଲ୍ଲୀକଙ୍କ ସହ ସାକ୍ଷାତ କରିଥିଲୋ ନ୍ୟାସନାଲ କନଫୋରେନ୍ସର ଅମର ଅବଦୁଲା, ପିପୁଲ୍ସ ଡେମୋକ୍ରେଟିକ ପାର୍ଟିର ମହବୁବା ମୁଫ୍ତି ଏବଂ କଂଗ୍ରେସର ଗୁଲାମ ନବୀ ଆଜାଦ ସରକାରଙ୍କର ଏହି ଘୋଷଣାକୁ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣକୁ ଦୂର କରିବା ପାଇଁ ନିଷ୍ପତି ଦେଇଛନ୍ତିା