Below header

ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ: ଉତ୍ତର ପ୍ରଦେଶ, ନୋଏଡା ଓ ଗାଜିଆବାଦରେ ମଧ୍ୟ ସ୍ଥିତି ଗମ୍ଭୀର

ରାଜଧାନୀ ଦିଲ୍ଲୀରେ ଚିନ୍ତା ବଢ଼ାଉଛି ପ୍ରଦୂଷଣ ବାୟୁ । ଦିଲ୍ଲୀରେ ସ୍ମଗ ଆଉ ଧୁଆଁର ସଙ୍କଟ ଏବେ ଉତ୍ତର ପ୍ରଦେଶରେ ମଧ୍ୟ ଦେଖିବାକୁ ମିଳିଛି । ନୋଏଡା, ଗାଜିଆବାଦରେ ମଧ୍ୟ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ । ଭିଜିବିଲିଟି କମିଛି, ଶ୍ବାସକ୍ରିୟାରେ ବି କଷ୍ଟହେଉଛି ।

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଚିନ୍ତା ବଢ଼ାଉଛି ପ୍ରଦୂଷଣ ବାୟୁ । ଦିଲ୍ଲୀରେ ସ୍ମଗ ଆଉ ଧୁଆଁର ସଙ୍କଟ ଏବେ ଉତ୍ତର ପ୍ରଦେଶରେ ମଧ୍ୟ ଦେଖିବାକୁ ମିଳିଛି । ନୋଏଡା, ଗାଜିଆବାଦରେ ମଧ୍ୟ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଗତକାଲି ଦିଲ୍ଲୀରେ ଏୟାର କ୍ବାଲିଟି ଇଣ୍ଡେକ୍ସ ବା ବାୟୁ ଗୁଣବତ୍ତା ମାନ ୪୦୦ ସ୍ତର ଟପିଛି । ବାୟୁ ଏତେମାତ୍ରାରେ ପ୍ରଦୂଷିତ ହୋଇଛି ଯେ ରାସ୍ତାରେ କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି । ଅନେକ ସ୍ଥାନରେ ଆକାଶ ଦେଖାଯାଉ ନାହିଁ କି ଠିକରେ ସୂର୍ଯ୍ୟକିରଣ ବି ଦେଖାଉ ନଥିବା ଭଳି ସ୍ଥିତି । ରାସ୍ତାରେ ଯିବାକୁ ହେଲେ ଲୋକଙ୍କୁ ଦିନରେ ମଧ୍ୟ ଆଲୋକର ସାହାରା ନେବାକୁ ପଡ଼ୁଛି । ବାୟୁ ପ୍ରଦୂଷଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅନେକ କଟକଣା ଜାରି କରିଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀ ଏନସିଆରରେ ସମସ୍ତ ସରକାରୀ ଓ ଘରୋଇ ପ୍ରାଥମିକ ସ୍କୁଲକୁ ଦୁଇ ଦିନ ବନ୍ଦ ଘୋଷଣା କରାଯାଇଛି । ଅନଲାଇନରେ ପାଠପଢ଼ା ପାଇଁ ଦିଆଯାଇଛି ପରାମର୍ଶ।

ସେହିପରି ସମସ୍ତ ପ୍ରକାର ଅଣଅତ୍ୟାବଶ୍ୟକ ନିର୍ମାଣ କାର୍ଯ୍ୟକୁ ନିଷିଦ୍ଧ କରାଯାଇଛି । ହରିଆଣା, ପଞ୍ଜାବ ସମେତ ଉତ୍ତର ଭାରତର କ୍ଷେତରେ ନିଆଁ ଲଗାଯିବା, ନଡ଼ା ଜାଳିବା ଅନ୍ୟତମ କାରଣ । IMD ମୁତାବକ, ଆଗାମୀ ୭ ଦିନ ଯାଏଁ ବାୟୁ ପ୍ରଦୂଷଣରୁ ଲୋକଙ୍କୁ ତ୍ରାହି ମିଳିବାର କୌଣସି ସମ୍ଭାବନା ନାହିଁ । ୭ ନଭେମ୍ବର ଯାଏଁ ଦିଲ୍ଲୀର ଏଭଳି ସ୍ଥିତି ଲାଗି ରହିବା ବୋଲି କହିଛି ପାଣିପାଗ ବିଭାଗ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.