Below header

ଚିକିତ୍ସାରେ ଅର୍ଥ ସାଜିଲା ବାଧକ: ବେଙ୍ଗାଲୁରୁରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦୋବଲ ଅଞ୍ଚଳର ଦଶରଥ ସାହୁ । ଦୀର୍ଘ ଦିନ ହେବ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ । ତେବେ ଗତ ମଙ୍ଗଳବାର କମ୍ପାନୀ ରେ କାର୍ଯ୍ୟ କରୁଥିବା ବେଳେ ସେ ହଠାତ୍ ତଳେ ପଡ଼ିଯାଇଥିଲେ ।

ବେଙ୍ଗାଲୁରୁ (କେନ୍ୟୁଜ୍) : କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ପରିବେଶ । ନିଜର ଲୋକଟିକୁ ହରାଇ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ । ସମସ୍ତଙ୍କ ଆଖିରେ ଲୁହ ଓ ଛାତିରେ କୋହ । କେହିବି ନିଜକୁ ସମ୍ଭାଳିବା ସ୍ଥିତିରେ ନାହାନ୍ତି । ଥରେ ଭାବିଲେ ମଣିଷ ଜୀବନ କେତେ ମୂଲ୍ୟବାନ । ତଥାପି ଅର୍ଥ ଅଭାବରୁ ଯଦି କାହାର ଜୀବନଟା ଚାଲିଯିବ ତେବେ ସେହି ପରିବାରକୁ କେତେ ଯେ କଷ୍ଟ ହେବ ତାହା ବଖାଣିବା ଅସମ୍ଭବ। ସରକାର ଗରିବଙ୍କ ପାଇଁ କେତେ କଣ ଯୋଜନା କରିଛନ୍ତି ତଥାପି ପ୍ରକୃତ ଗରିବ ଯିବ ଏସବୁ ସୁବିଧା ପାଇବାର ହକଦାର୍ ସେ କିନ୍ତୁ ସବୁ ସୁବିଧାରୁ ବଞ୍ଚିତ ।

ଏଭଳି ଘଟଣା ଦେଖିବାକୁ ମିଲିଛି ବେଙ୍ଗାଲୁରୁରେ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦୋବଲ ଅଞ୍ଚଳର ଦଶରଥ ସାହୁ । ଦୀର୍ଘ ଦିନ ହେବ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ । ତେବେ ଗତ ମଙ୍ଗଳବାର କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ସେ ହଠାତ୍ ତଳେ ପଡ଼ିଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଏକ ଘରୋଇ ହସ୍ପଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ ଅର୍ଥ ଅଭାବରୁ ଚିକିତ୍ସାରେ ବାଧା ଉପୁଜିଥିଲା। ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ସ୍ଥାନୀୟ କିଛି ସମାଜସେବୀଙ୍କ ସହଯୋଗରେ ସେଠାରେ ହିଁ ଦଶରଥଙ୍କ ଶବ ସତ୍କାର କରାଯାଇଥିଲା । ତେବେ ଦଶରଥଙ୍କ ଆର୍ଥିକ ସ୍ଥିତି ଏତେ ସ୍ୱଚ୍ଛଳ ନଥିବାରୁ ଆଜି ତାଙ୍କ ଜୀବନ ବଞ୍ଚିପାରିଲା ନାହିଁ । ଏପଟେ ବର୍ତମାନ ତାଙ୍କ ସ୍ତ୍ରୀ ଓ ଗୋଟିଏ ପୁଅ ଓ ଝିଅ କିଭଳି ଚଳିବେ ସେନେଇ ଚିନ୍ତାରେ । ଯାହାଫଳରେ ସାହାଯ୍ୟ ପାଇଁ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକେ ।

ନିଜର ପରିବାର ସହ ପେଟପାଟଣା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଆସୁଛନ୍ତି ଓଡ଼ିଆ ଶ୍ରମିକ । ଅଳ୍ପ ବେତନ ରୋଜଗାର କରି ଘରକୁ ଅର୍ଥ ପଠାଇବା ସହ ବହୁ କଷ୍ଟ ରେ ଚଳୁଛନ୍ତି । ଯଦି ରୋଗ ହୁଏ ତେବେ ଚିକିତ୍ସା ପାଇଁ ପ୍ରତିବନ୍ଧକ ସାଜେ ଅର୍ଥ । ଯାହା ଫଳରେ ଚିକିତ୍ସା ହୋଇନପାରି ଜୀବନ ଚାଲିଯାଏ । କଣ ସତରେ ଏସମାଜରେ ଗରିବକୁ ବଞ୍ଚିବାର ଅଧିକାର ନାହିଁ? ତେବେ ଯଥାଶୀଘ୍ର ଏହି ପରିବାରକୁ ସହାୟତାର ହାତ ବଢାଇବାକୁ ସାଧାରଣରେ ଦାବି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.