ଏବେ ଆକାଶରେ ଉଡ଼ି କରିପାରିବେ ଧାର୍ମିକ ସ୍ଥଳ ଦର୍ଶନ, ଏହି ରାଜ୍ୟରେ ଶୁଭାରମ୍ଭ ହେଲା ଏୟାର ଟ୍ୟାକ୍ସି ସେବା

ମଧ୍ୟପ୍ରଦେଶ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ହେଲିକପ୍ଟର ସେବା ଆରମ୍ଭ ହୋଇଛି । ଏହି ଯୋଜନାର ଲାଭ ଉଠାଇ ପର୍ଯ୍ୟଟକମାନେ ହେଲିକପ୍ଟର ଯୋଗେ ରାଜ୍ୟର ପ୍ରମୁଖ ଧାର୍ମିକ ସ୍ଥଳକୁ ଯାତ୍ରା କରିପାରିବେ ।

ମଧ୍ୟପ୍ରଦେଶ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ହେଲିକପ୍ଟର ସେବା ଆରମ୍ଭ ହୋଇଛି । ଏହି ଯୋଜନାର ଲାଭ ଉଠାଇ ପର୍ଯ୍ୟଟକମାନେ ହେଲିକପ୍ଟର ଯୋଗେ ରାଜ୍ୟର ପ୍ରମୁଖ ଧାର୍ମିକ ସ୍ଥଳକୁ ଯାତ୍ରା କରିପାରିବେ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ସବୁଜ ପତାକା ଦେଖାଇ ଗୁରୁବାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଏହି ଯୋଜନା ଅଧୀନରେ ଯାତ୍ରୀମାନଙ୍କୁ ଭିନ୍ନ ଭିନ୍ନ ପ୍ୟାକେଜ୍ ପ୍ରଦାନ କରାଯିବ । ଏହାର ଅର୍ଥ, ଦୂରତା ହିସାବରେ ବିଭିନ୍ନ ସ୍ଲାବରେ ଭଡା ସ୍ଥିର କରାଯାଇଛି । ବର୍ତ୍ତମାନ ଏହି ଯୋଜନା ୩ଟି ଏୟାରକ୍ରାଫ୍ଟ ସହିତ ଆରମ୍ଭ ହୋଇଛି । ଏଥିରେ ୬ ସିଟର ଏବଂ ୮ ସିଟର ଏୟାରକ୍ରାଫ୍ଟ ଅନ୍ତର୍ଭୁକ୍ତ ରହିଛି । ନୂତନ ଏୟାର ଟ୍ୟାକ୍ସି ସେବା ପାଇଁ ଭଡା ଅତି କମ୍‌ରେ ୩ ହଜାର ଟଙ୍କା ରହିପାରେ ।

ରାଜ୍ୟର ସରକାର ଏ ନେଇ ଏକ ଘରୋଇ କମ୍ପାନୀ ସହିତ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଟ୍ୟାକ୍ସି ସେବାର ପ୍ରଥମ ପର୍ଯ୍ୟାୟରେ ଭୋପାଳ, ଜବଲପୁର, ରେୱା, ଖଜୁରାହୋ, ଉଜ୍ଜୈନ ଏବଂ ପମଚଢ଼ି ଭଳି ସହରକୁ ବିମାନ ସେବା ସହିତ ସଂଯୋଗ କରାଯିବ । ଏତିକି ନୁହେଁ, ଏୟାର ଟ୍ୟାକ୍ସି ସେବା ସହ ଜଡିତ ସମସ୍ତ ସେବା ଆପ୍‌ରେ ଉପଲବ୍ଧ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.