ୟୁରୋପୀୟ ଦେଶମାନଙ୍କରେ ନୂଆ ପ୍ରକାର କରାଳ ରୂପ ଧରି ବ୍ୟାପୁଛି କରୋନା, ବିମାନ ସେବା ହେଲା ବନ୍ଦ

କେନ୍ୟୁଜ୍(ବ୍ୟୁରୋ):  ୟୁରୋପୀୟ ଦେଶମାନଙ୍କରେ କରୋନା ପୁଣି ତାର କାୟା ବିସ୍ତାର  କରିବା  ଆରମ୍ଭ କରିଦେଲାଣି। କରୋନାରୁ ଭୟବେହତାକୁ ଦ୍‌ଷ୍ଟିରେ ରଖି ୟୁରୋପୀୟ ଦେଶମାନେ ବିମାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି କରିଛନ୍ତି । ଲଣ୍ଡନରେ ସରକାର ଚେତାବନୀ ଦେଇଥିଲେ ଯେ ଏହି ଜୀବାଣୁ ଏକ ନୂଆ ରୂପରେ ଆସିଲାଣି ଯାହା ନିୟନ୍ତ୍ରଣ ବାହାରେ, ତେଣୁ ଏହା ଉପରେ  ରୋକ ଲଗାଇବାକୁ ହେଲେ ପୁଣି ଥରେ ଲକଡାଉନ ଓ  ବିମାନ ସେବା ନିଷିଦ୍ଧ ନିହାତି ଆବଶ୍ୟକ ।

‘ଡଚର’ ନିଷେଧାଦେଶ ସକାଳ ୬ଟାରୁ  ଲାଗୁ ହୋଇଛି ଏବଂ ଏହା ଜାନୁଆରୀ ୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ମିଳିଛ। ଏହା ସହିତ ପଡୋଶୀ ବେଲଜିୟମ୍ ମଧ୍ୟ କହିଛି ଯେ ଗତକାଲି ମଧ୍ୟରାତ୍ରିରୁ ବ୍ରିଟେନରୁ ବିମାନ ଏବଂ ଟ୍ରେନ୍ ଆସିବା ସ୍ଥଗିତ ରଖାଯାଇଛି । ଇଂଲଣ୍ଡର ଜନସଂଖ୍ୟାର ଏକ ତୃତୀୟାଂଶ ଲୋକ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମରେ ଯୋଗଦେବାର ରହିଛି। ଏଥିପାଇଁ ଲଣ୍ଡନରେ ପୁନଃ ଲକଡାଉନର ପଦକ୍ଷେପ ନିଆଯାଇଛି ଏବଂ ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ ହାନକକ୍ ଚେତାବନୀ ଦେଇଛନ୍ତି ଯେ ଜୀବାଣୁଙ୍କର ନୂତନ ପର୍ଯ୍ୟାୟ ନିୟନ୍ତ୍ରଣ ବାହାରେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.