ପଦରୁ ହଟିଲେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା, ଏବେ ଦାୟିତ୍ବରେ ଏମ୍.ନାଗେଶ୍ୱର ରାଓ

ସିବିଆଇ ନିର୍ଦ୍ଦେଶକ ଥିବା ବେଳେ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିବା ରାକେଶ ଅସ୍ଥାନା ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ । ଏହାପରେ ଗତବର୍ଷ ଅକ୍ଟୋବର ୨୩ରେ ସିଭିସି ସୁପାରିଶରେ କେନ୍ଦ୍ର ସରାକର ରାତି ଅଧିଆ ନିଷ୍ପତ୍ତି ନେଲେ । ଆଲୋକ ବର୍ମା ଓ ରାକେଶ ଅସ୍ଥାନାଙ୍କୁ ଛୁଟିରେ ପଠାଯାଇଥିଲା । କେନ୍ଦ୍ର ସରକାର ଛୁଟିରେ ପଠାଇବା ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ଆଲୋକ ବର୍ମା । କୋର୍ଟ କହିଥିଲେ, ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ମାମଲାରେ ପୂରା ପ୍ରକ୍ରିୟା ପାଳନ କରାଯାଇ ନାହିଁ ।

alok

ତେଣୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ । ଏହାସହ ମାମଲାକୁ ସିଲେକସନ୍ କମିଟିକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । କହିଥିଲେ, ସିବିଆଇ ନିର୍ଦ୍ଦେଶକଙ୍କୁ ଛୁଟିରେ ପଠାଇବା କିମ୍ବା ତାଙ୍କୁ ହଟାଇ ନେବା କେବଳ କମିଟିର ନିଷ୍ପତ୍ତିର ଆଧାରରେ ହୋଇ ପାରିବ । ଏହାସହ ସପ୍ତାହକ ମଧ୍ୟରେ ଆଲୋକ ବର୍ମାଙ୍କ ସମ୍ପର୍କରେ କମିଟି ନିଷ୍ପତ୍ତି ନେଉ ବୋଲି କହିଥିଲେ ସୁପ୍ରିମକୋର୍ଟ । ଦୁଇ ଦିନ ଭିତରେ କମିଟି ନିଷ୍ପତ୍ତି ନେଲା । ଆଲୋକ ବର୍ମା ପଦରୁ ହଟିଲେ । ସୁପ୍ରିମକୋର୍ଟଙ୍କ ରାୟ ପରେ, ୭୫ ଦିନରେ ଛୁଟିରେ ଥିବା ଆଲୋକ ବର୍ମା ଗତକାଲି କାର‌୍ୟ୍ୟରେ ଯୋଗ ଦେଇଥିଲେ । କିନ୍ତୁ ୪୮ ଘଣ୍ଟା ଭିତରେ ସେ ପୁଣି ହଟିଲେ ।

alok-verma

ସେପଟେ ଦିଲ୍ଲୀ ହାଇକୋର୍ଟରେ ଆଜି ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ମାମଲାର ଶୁଣାଣି । ଅସ୍ଥାନା ଓ ଅନ୍ୟମାନଙ୍କ ବିରୋଧରେ ଲାଞ୍ଚ କାରବାର ନେଇ ରୁଜୁ ହୋଇଥିବା ମାମଲା ରଦ୍ଦ କରିବା ପାଇଁ ଦାଖଲ ଆବେଦନର ଆଜି ଶୁଣାଣି ହେବ । ଗତ ୨୦ ତାରିଖରେ ଏହି ମାମଲାର ଶୁଣାଣି କରିଥିଲେ କୋର୍ଟ । ହାଇଦ୍ରାବାଦର ସତୀଶ ବାବୁ ସୁନା ନାମକ ଜଣେ ବ୍ୟବସାୟୀ ଏକ ମାମଲାରୁ ମୁକ୍ତି ପାଇବା ପାଇଁ ଅସ୍ଥାନାଙ୍କୁ ଲାଞ୍ଚ ଦେଇଥିବା କହିଥିଲେ । ଏହା ସହ ତାଙ୍କ ବିରୋଧରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ପକ୍ଷପାତିତା କରିବା ନେଇ ଅଭିଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.