ଫେଲ୍ ମାରିଲା ଲୁଟ୍, ଉଦ୍ୟମ ବେଳେ ଧରାପଡିଲେ ଦୁର୍ବୃତ୍ତ

ପୁରୀ (କେନ୍ୟୁଜ୍) :ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପିପିଲି ସାତଶଙ୍ଖଠାରେ ରାହାଜାନି କରିବାକୁ ଉଦ୍ୟମବେଳେ ଧରାପଡିଲେ ଦୁର୍ବୃତ୍ତ। ଶଶିକାନ୍ତ ମହାପାତ୍ର ନାମକ ଜଣେ ବ୍ୟବସାୟୀ ହାଟକୁ ଯାଉଥିବାବେଳେ ଦୁଇ ଜଣ ଯୁବକ ତାଙ୍କୁ ବନ୍ଧୁକ ଦେଖାଇ ଅଟକାଇଥିଲେ। ତାଙ୍କ ଠାରୁ ଟଙ୍କା ଲୁଟ୍ ଉଦ୍ୟମ କରିବା ସହ ମାଡ ମାରିଥିଲେ। ତେବେ ସେ ଚିତ୍କାର କରିବାରୁ ସ୍ଥାନୀୟଲୋକେ ଦୁଇ ଜଣଙ୍କୁ କାବୁ କରିନେଇଥିଲେ। ତାଙ୍କ ଠାରୁ ଏକ ବନ୍ଧୁକ ଓ ବାଇକ୍ ଜବତ କରାଯାଇଛି। ଯୁବକ ଦୁଇ ଜଣଙ୍କ ଘର ବରାସେଳି ସାହିରେ। ସାତଶଙ୍ଖ ଫାଣ୍ଡି ପୋଲିସ ଘଟଣାର ତଦନ୍ତ କରୁଛି।