ମେଘାଳୟରେ ଓଡ଼ିଶା ଅଗ୍ନିଶମ ଟିମକୁ ଆକ୍ରମଣ

ଭୁବନେଶ୍ବର (କେନ୍ୟୁଜ୍) : ମେଘାଳୟରେ ଓଡ଼ିଶା ଅଗ୍ନିଶମ ଟିମକୁ ଆକ୍ରମଣ । ରେସ୍କ୍ୟୁ ଅପରେସନ୍ ସାରି ଫେରୁଥିବା ବେଳେ ଅଗ୍ନିଶମ ଟିମରେ ବସକୁ ଆକ୍ରମଣ ହୋଇଛି । ଗତକାଲି ରାତିରେ ଏପରି ଘଟଣା ଘଟିଛି । ଦୁର୍ବୃତମାନେ ଆକ୍ରମଣ କରିବାରୁ ବସ୍ର କାଚ ଭାଙ୍ଗିଯାଇଛି । ଗତକାଲି ମେଘାଳୟ ବନ୍ଦ ଡାକରା ଦିଆଯାଇଥିଲା । କୁହାଯାଉଛି ଏହି ସମୟରେ ଅଗ୍ନିଶମ ଟିମ୍ ବସରେ ଫେରୁଥିଲେ । ତେଣୁ ଆନ୍ଦୋଳନକାରୀ ବସ୍ ଉପରକୁ ଆକ୍ରମଣ କରିଥିଲେ ।

meghalaya 2

ମେଘାଳୟ କୋଇଲା ଖଣିରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଓଡ଼ିଶା ଅଗ୍ନିଶମ ଟିମ୍ ମେଘାଳୟ ଯାଇଛି । ରାତିରେ ରେସ୍କ୍ୟୁ କାମ ସାରି ଫେରିବା ବେଳେ ବସ୍କୁ ଆକ୍ରମଣ ହୋଇଥିଲା । କ୍ୟାମ୍ପଠାରୁ ଘଟଣାସ୍ଥଳ ପାଖାପାଖି ୬୦ କିଲୋମିଟର ଦୂର । ଏଥିପାଇଁ ଯିବା ଆସିବା କରିବାକୁ ଏକ ବସ୍ ଦିଆଯାଇଛି । ପ୍ରତିଦିନ ବସ୍ ଯୋଗେ ଅଗ୍ନିଶମ ଟିମ୍ କ୍ୟାମ୍ପକୁ ଫେରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.