ରୁଷିଆ ପରେ ଆମେରିକା ସହିତ ଭାରତର ବଡ଼ ଚୁକ୍ତି, ମିଳିତ ଭାବେ ୬ଟି ଆଣବିକ ଶକ୍ତି କେନ୍ଦ୍ର ପ୍ରତିଷ୍ଠା କରିବେ

ଓ୍ଵାଶିଂଟନ୍‌ : ଭାରତ ଓ ଆମେରିକା ମଧ୍ୟରେ ବଡ଼ ଚୁକ୍ତି । ଛଅଟି ଆଣବିକ ଶକ୍ତି କେନ୍ଦ୍ର ସ୍ଥାପନ ପାଇଁ ଭାରତ ଓ ଆମେରିକା ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଛି । ଭାରତର ବୈଦେଶିକ ବିଭାଗ ସଚିବ ବିଜୟ ଗୋଖଲେଙ୍କ ଆମେରିକା ଗସ୍ତ ସମୟରେ ସେଠାକାର ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ବିଭାଗ ଅଣ୍ଡର ସେକ୍ରେଟାରୀ ଆଣ୍ଡରିଆ ଥମ୍ପସନ୍‌ଙ୍କ ସହିତ ତାଙ୍କର ଆଲୋଚନା ହୋଇଥିଲା । ଏହି ଅନୁସାରେ ଦୁଇ ଦେଶ ମିଳିତ ଭାବେ ଏହି ୬ଟି ଆଣବିକ ଶକ୍ତି କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହା ସହିତ ଦ୍ୱିପାକ୍ଷିକ ସୁରକ୍ଷା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ସହିତ ବିଶ୍ୱ ବ୍ୟାପି ସୁରକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି ।

NUCLEAR POWER PLANT

ସୂଚନା ରହିଛି କି ଗତ ଅକଟୋବର ମାସରେ ଭାରତ ଓ ରୁଷିଆ ମଧ୍ୟରେ ଏଭଳି ୬ଟି ଆଣବିକ ଶକ୍ତି କେନ୍ଦ୍ର ପ୍ରତିଷ୍ଠା ପାଇଁ ମଧ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ସେତେବେଳେ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିଥିଲେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏ ସମ୍ପର୍କରେ ଆଲୋଚନା ପରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.