ମଝି ଆକାଶରେ ଜଳିଲା ବିମାନ, ଅଳ୍ପକେ ବର୍ତ୍ତିଲେ ୧୭୩ ଯାତ୍ରୀ

ବିମାନରେ ମାଡ଼ ହେଲା ପକ୍ଷୀ । ମଝି ଆକାଶରେ ବୋଇଂ ୭୩୭-୮୦୦ ବିମାନରେ ଲାଗିଲା ନିଆଁ । ଜରୁରୀ ଅବତରଣ ପରେ ଅଳ୍ପକେ ବର୍ତ୍ତିଲେ ୧୭୩ ଯାତ୍ରୀ ।

ମଝି ଆକାଶରେ ବିମାନରେ ଲାଗିଲା ନିଆଁ । ଆମେରିକାର ଓହିଓ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ପରେ ପକ୍ଷୀ ସହିତ ଧକ୍କା ଖାଇ ଇଞ୍ଜିନରେ ନିଆଁ ଲାଗିଯାଇଥିବା ଜଣାପଡିଥିଲା । ପରେ ବିମାନଟି ନିରାପଦରେ ଅବତରଣ କରିଥିବା ସୂଚନା ମିଳିଛି । ପକ୍ଷୀ ମାଡ ହେବା ପରେ ଏକ ଇଞ୍ଜିନରୁ ନିଆଁ ବାହାରିବା ସହିତ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା । ଫଳରେ ବିମାନରେ ଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା ।

ଖବର ମୁତାବକ, ସକାଳ ୭.୪୩ରେ ଉଡ଼ାଣ ଆରମ୍ଭ କରିଥିବା ବିମାନ ସହିତ ସକାଳ ପାଖାପାଖି ୮ ବେଳେ ଗୋଟାଏ ପକ୍ଷୀ ଧକ୍କା ହୋଇଥିଲା । ଏହି ବିମାନରେ ୧୭୩ ଜଣ ଯାତ୍ରୀ ଯାଉଥିବା ବୋଇଂ ୭୩୭-୮୦୦ ବିମାନରେ ୩୦,୦୦୦ ପାଉଣ୍ଡ୍ ଇନ୍ଧନ ଥିଲା। ତେବେ ବିମାନକୁ ଜରୁରୀ ଅବତରଣ କରିବା ପାଇଁ ଏଟିସି ସହିତ ଯୋଗାଯୋଗ କରାଯାଇଥିଲା ।

ବିମାନରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପରେ ଆମେରିକାର ଓହିଓ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ଭାଇରାଲ ହେଉଥିବା ଏକ ଭିଡିଓରେ ନିଆଁ ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିବ। ତେବେ ଏକ ବଡ ଦୁର୍ଘଟଣାରୁ ନିଶ୍ଚିତ ଭାବେ ବର୍ତ୍ତିଯାଇଛନ୍ତି ଯାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.