ଜେଜେ ମା’ଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡ଼ୁଥିବାର ଦେଖି ମର୍ସିଡିଜ ଚଲାଇଲା ୧୧ ବର୍ଷର ବାଳକ, କାରରେ ବସାଇ ନେଇଗଲା ଘରକୁ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି, ଯେଉଁଥିରେ ୧୧ ବର୍ଷର ଜଣେ ବାଳକ ମର୍ସିଡିଜ ଚଲାଇ ନିଜ ଜେଜେମା’ଙ୍କୁ ଘରକୁ ନେଇଯାଉଛି। କୁହାଯାଉଛି, ଯେତେବେଳେ ଜେଜେମା’ ୱାକ କରିବା ପାଇଁ ବାହାରକୁ ବାହାରିଥିଲେ, ସେତେବେଳେ ପିଜେ ନାମକ ଏହି ପିଲାଟି ନିଜ ଘର ପାଖ ଏରିଆରେ ଗୋ କାର୍ଟଙ୍ଗ କରୁଥିଲା। ତେବେ ଏହି ସମୟରେ ପିଲାଟି ଦେଖିବାକୁ ପାଇଲା କି, ତା’ ଜେଜେମା’ ନିଜକୁ ଅସୁସ୍ଥ ଅନୁଭବ କରୁଛନ୍ତି ଏବଂ ଏକ ଖମ୍ବ ପାଖରେ ବିଶ୍ରାମ ନେଉଛନ୍ତି। ଜେଜେମା’ଙ୍କର ଏଭଳି ଅବସ୍ଥା ଦେଖି ପିଜେ ମର୍ସିଡିଜ ବେଞ୍ଚ କାରର ଚାବି ବାହାର କରିଥିଲା ଏବଂ ଜେଜେମା’ଙ୍କୁ କାରରେ ବସାଇ ଘରକୁ ନେଇଯାଇଥିଲା।

vc

ଜେଜେମା’ ଏଞ୍ଜେଲିଆ କହିଛନ୍ତି, ମୁଁ ବିଶ୍ରାମ ନେଉଥିବା ବେଳେ ଦୂରରୁ ଏକ କାର ଆସୁଥିବାର ଦେଖିଲି, ଯାହାକୁ ପିଜେ ଚଲାଉଥିଲେ। ତାଙ୍କ କହିବା ଅନୁଯାୟୀ, ତାଙ୍କ ନାତି ପିଜେଙ୍କ ପାଖରେ ଗାଡ଼ିର ଲାଇସେନ୍ସ ନାହିଁ। କିନ୍ତୁ ସେ ଅନେକ ଥର ଘର ବାହାରେ କାର ଚଲାଇଛି। ପିଜେ ବହୁତ ଆରାମରେ ତଥା ସାବଧାନତାର ସହ କାର ଚଲାଇ ଘର ପର୍ଯ୍ୟନ୍ତ ଆଣିଥିଲା ଏବଂ କାରକୁ ଗ୍ୟାରେଜରେ ରଖିଦେଇଥିଲା। ଏହାପରେ ମୋତେ ଘର ଭିତରକୁ ନେଇଯାଇଥିଲା ଏବଂ ଗ୍ଲୁକୋଜ ଟାବଲେଟ ଦେଇଥିଲା।

video courtesy: youtube

ଖବର ମୁତାବକ, ଏଞ୍ଜେଲିଆଙ୍କ ଗ୍ଲୁକୋଜ ସ୍ତର ବହୁତ କମ ୪୦ ମି.ଗ୍ରା ପର୍ଯ୍ୟନ୍ତ ହୋଇଯାଇଥିଲା। ତେବେ ଏହି ପୂରା ଘଟଣାକୁ ଏଞ୍ଜେଲିଆ ଫେସବୁକରେ ଲୋକଙ୍କ ସହ ସେୟାର କରିଥିଲେ। ଆଉ ଲେଖିଥିଲେ, ଏହି ବାଳକ ମାତ୍ର ୧୧ ବର୍ଷର। ସେ ନିଜ ମା’ଙ୍କଠାରୁ ବି ବହୁତ ଭଲ କାର ଚଲେଇବା ଶିଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.