Below header

ପୁଣିଥରେ ୨୦,୦୦ କର୍ମଚାରୀଙ୍କୁ ଛଟେଇ କରିବ BSNL, ଜାରି ହେଲା ନିର୍ଦ୍ଦେଶ

ସରକାରୀ ଟେଲିକମ୍‌ କମ୍ପାନୀ BSNL ର ୨୦ ହଜାର କର୍ମଚାରୀଙ୍କ ଚାକିରି ଏବେ ବିପଦରେ। କୌଣସି ମୁହୂର୍ତ୍ତରେ ବି ଚାକିରି ଚାଲିଯାଇପାରେ। କର୍ମଚାରୀ ସଂଘ ତରଫରୁ କୁହାଯାଇଛି BSNL ସମସ୍ତ ୟୁନିଟ୍‌କୁ ନିର୍ଦ୍ଦେଶ ଦେଇ କହିଛି ଯେ ସେମାନେ କର୍ମଚାରୀଙ୍କ ଖର୍ଚ୍ଚ ଉପରେ ଲଗାମ ଲଗାନ୍ତୁ। ଏହା ଦ୍ୱାରା BSNL ରେ କଣ୍ଟ୍ରାକ୍‌ଚୁଆଲରେ ଥିବା ୨୦ ହଜାର କର୍ମଚାରୀଙ୍କ ଚାକିରି ଯାଇପାରେ। ସୂଚନାଯୋଗ୍ୟ ଯେ କମ୍ପାନୀର ପଲିସି ଯୋଗୁ ପୂର୍ବରୁ ୩୦ ହଜାର କର୍ମଚାରୀଙ୍କ ଚାକିରି ଯାଇସାରିଛି। ଏମାନଙ୍କୁ ବର୍ଷାଧିକ ସମୟ ଧରି ଦରମା ମିଳିନାହିଁ।

ସେପ୍ଟେମ୍ବର ୧ରେ BSNL ନିଜ ସମସ୍ତ ଚିଫ୍‌ ଜେନେରାଲ ମ୍ୟାନେଜରଙ୍କୁ ଚିଠି ଲେଖି କଣ୍ଟ୍ରାକ୍ଟ କର୍ମଚାରୀଙ୍କ ଖର୍ଚ୍ଚ କାଟ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚିଠିରେ କଣ୍ଟ୍ରାକ୍‌ଚୁଆଲରେ ଥିବା ଶ୍ରମିକଙ୍କର ବି ଖର୍ଚ୍ଚକାଟ୍‌ କରିବାକୁ କୁହାଯାଉଛି। ଏଥିପାଇଁ ଏକ ସ୍ପଷ୍ଟ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବାକୁ ଚେୟାରମ୍ୟାନ୍‌ କଡ଼ାକଡ଼ି ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଠିକାରେ ଥିବା କର୍ମଚାରୀଙ୍କ ଚାକିରି ଉପରେ ବିପଦ ଦେଖାଦେଇଛି।

bsnl2

ସଂଘ ତରଫରୁ BSNL ର ଚେୟାରମ୍ୟାନ୍‌ ଓ ମ୍ୟାନେଜିଂ ଡାଇରେକ୍ଟର ପିକେ ପୁରବାରଙ୍କୁ ଏକ ଚିଠି ଲେଖାଯାଇଛି। ଏହି ଚିଠିରେ କୁହାଯାଇଛି ଯେ ସ୍ୱେଚ୍ଛାକୃତ ସେବାନିବୃତ୍ତ( VRS) ଲାଗୁ ହେବା ପରେ ବି କର୍ମଚାରୀଙ୍କୁ ବର୍ଷେ ହେଲା ଦରମା ମିଳିନାହିଁ। ଏଭଳି ସ୍ଥିତିରେ ଯଦି ପୁଣିଥରେ ୨୦ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଏ, ତେବେ ଗ୍ରାହକଙ୍କୁ ନେଟ୍‌ଓ୍ଵାର୍କ ସମସ୍ୟା ହୋଇପାରେ। ଏଣୁ ଏହି ନିଷ୍ପତ୍ତି ଉପରେ ପୁଣିଥରେ ଚିନ୍ତା କରିବାକୁ ଅନୁରୋଧ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.