ଦେଶରେ ୨୪ ଘଣ୍ଟାରେ ୧୧୩୩ ଜୀବନ ନେଇଛି କରୋନା ଭାଇରସ୍

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଇଛି କରୋନା । ଗତ ୨୪ ଘଣ୍ଟାରେ ଦେଶରେ ୧୧୩୩ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ଦେଶର ମୃତ୍ୟୁ ସଂଖ୍ୟା ୭୨ ହଜାର ୭୭୫ରେ ପହଞ୍ଚିଥିବା ବେଳେ ଦେଶର ମୃତ୍ୟୁ ହାର ୧ ଦଶମକି ୭୦ ପ୍ରତିଶତ ରହିଛି ।

ଗତ ୨୪ ଘଣ୍ଟାରେ ଦେଶରେ ୭୫ ହଜାର ୮୦୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଲକ୍ଷ ୮୦ ହଜାର ୪୨୩ରେ ପହଞ୍ଚିଛି । ଦେଶରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୭୨ ହଜାର ୭୭୫ରେ ପହଞ୍ଚିଛି । କରୋନାରୁ ସୁସ୍ଥ ହୋଇଛନ୍ତି ୩୩ ଲକ୍ଷ ୨୩ ହଜାର ୯୫୧ ଜଣ ସଂକ୍ରମିତ ।

ଏହାସହିତ ୮ ଲକ୍ଷ ୮୩ ହଜାର ୬୯୭ ଜଣ ଚିକିତ୍ସିତ ହେଉଛନ୍ତି । ICMRର ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ ୫ କୋଟି ୬ ଲକ୍ଷ ୫୦ ହଜାର ୧୨୮ଟି ଟେଷ୍ଟିଂ ହୋଇଛି। ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୧୦ ଲକ୍ଷ ୯୮ ହଜାର ୬୨୧ଟି ନମୁନା ପରୀକ୍ଷା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.