Below header

ଜାପାନର ଏହି ସବୁ ନୀତିକୁ ଆପଣେଇଲେ ଶୀର୍ଷରେ ପହଞ୍ଚି ପାରିବ ଯେକୌଣସି ବି ଦେଶ, ଥରେ ନଜର ପକାନ୍ତୁ ଏହା ଉପରେ

ସ୍ୱାସ୍ଥ୍ୟ ଗତ କାରଣ ଦର୍ଶାଇ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ନିକଟରେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ପେଟ ବୀମାରୀ କାରଣରୁ ସିଂଜୋ ଏଭିତରେ ଅନେକ ଥର ହସ୍ପିଟାଲରେ ଭର୍ତ୍ତି ହେବାକୁ ବି ପଡିଛି । ସୂର୍ଯ୍ୟଦୟର ଦେଶ ଭାବେ ପରିଚିତ ଜାପାନ ନିଜ ଖାଦ୍ୟପେୟ, ସଂସ୍କୃତି, ଟେକ୍ନୋଲୋଜି କାରଣରୁ ପୁରା ବିଶ୍ୱରେ ଏକ ଭିନ୍ନ ପରିଚୟ ପାଇପାରିଛି । ଆକାରରେ ଛୋଟ ହୋଇଥିଲେ ମଧ୍ୟ କିଛି ବିଶେଷ ଗୁଣ କାରଣରୁ ଏହି ଦେଶ ଆଜି ବିଶ୍ୱରେ ଏକ ଅଗ୍ରଣୀ ରାଷ୍ଟ୍ରର ମାନ୍ୟତା ପାଇବା ସହ ବିକଶିତ ରାଷ୍ଟ୍ର ତାଲିକାରେ ବି ସ୍ଥାନ ପାଇପାରିଛି । ତେବେ ଦେଶରେ ପ୍ରଚଳିତ ବିଶେଷ ଗୁଣ ଗୁଡିକୁ ଯଦି ଅନ୍ୟ ରାଷ୍ଟ୍ର ଗ୍ରହଣ କରନ୍ତି ତେବେ ଖୁବ କମ ସମୟରେ ଅନ୍ୟ ରାଷ୍ଟ୍ରମାନେ ବି ନିଜ କ୍ଷେତ୍ରରେ ଉନ୍ନତି ଆଣିପାରିବେ ।

 

japan

ଅଣ୍ଟା ନୁଆଇଁ ମୁଣ୍ଡିଆ ମାରିବା:

ଜାପାନ ଏକ ପ୍ରାଚୀନ ଦେଶ । ଏଠାକାର ଲୋକେ ଅତିଥିଙ୍କୁ ସମ୍ମାନ ଜଣାଇବାକୁ ପ୍ରାଧାନ୍ୟ ଦିଅନ୍ତି । ଆମ ଦେଶରେ ନମସ୍କାର କରି ଅଭିବାଦନ ଜଣାଯାଉଥିବା ବେଳେ ଜାପାନବାସୀ କିନ୍ତୁ ଆଗକୁ ଝୁଙ୍କିକି ଅଭିବାଦନ ଜଣାନ୍ତି । ଆଉ ଯିଏ ଯେତିକି ଅଧିକ ସମ୍ମାନର ଯୋଗ୍ୟ, ତା ପ୍ରତି ସେତିକି ଅଧିକ ନୁଆଁଇକି ଅଭିବାଦନ ଜଣା ଯାଇଥାଏ ।

ଅଧିକ ଦିନ ବଂଚନ୍ତି ଜାପାନବାସୀ:

ଜାପାନ ଲୋକେ ସଫାସୁତରା ପ୍ରତି ଅଧିକ ସଚେତନ । ବିଦ୍ୟାଳୟ ମାନଙ୍କରେ ଛାତ୍ର ଓ ଶିକ୍ଷକ ମିଶି ପରିସର ସଫାସୁତରା ପ୍ରତି ଧ୍ୟାନ ଦିଅନ୍ତି । ଏହି କାରଣରୁ ଜାପାନବାସୀ ଦୀର୍ଘାୟୁ ଅଟନ୍ତି । ଏଠାକାର ହାରାହାରି ବୟସ ୮୨ ବର୍ଷ ।

japan

ଉଚ୍ଚ ସ୍ୱର ନିଷେଧ:

ସାର୍ବଜନିକ ସ୍ଥାନରେ ଖୁବ ଜୋରରେ ପାଟି କରିବାକୁ ଏଠାରେ ଅସଭ୍ୟ ଆଚରଣ ଭାବେ ଧରାଯାଏ । ଖାଲି ସେତିକି ନୁହେଁ ଦୁଇଜଣ ହାତ ଧରାଧରି ହୋଇ ଚାଲିବାକୁ ବି ନିଷେଧ କରାଯାଇଛି । ଆଉ ନୂଆ ବର୍ଷରେ ଏଠିକା ଲୋକେ ମନ୍ଦିର ଯାଇ ୧୦୮ ଥର ଘଣ୍ଟି ବଜାଇଥାନ୍ତି

ପିଲାଙ୍କ ପାଇଁ ସ୍ୱତନ୍ତ୍ର ନିୟମ:

ଜାଣି ଆଶ୍ଚର୍ଯ୍ୟ ହେବେ ବିଶ୍ୱର ଅନ୍ୟ ତମ ଅଗ୍ରଣୀ ରାଷ୍ଟ୍ର ହୋଇଥିଲେ ମଧ୍ୟ ଏଠାକାର ପିଲାଙ୍କ ଉପରେ ପାଠକୁ ନେଇ ସେତେ କଡା ନିୟମ ଜାରି କରାଯାଇ ନାହିଁ । ୧୦ ବର୍ଷ ବୟସ ପର୍ଯ୍ୟନ୍ତ ଏଠିକା ପିଲାଙ୍କୁ କୌଣସି ପରୀକ୍ଷା ଦେବାକୁ ପଡି ନଥାଏ । ୧୦ ବର୍ଷ ଯାଏଁ ନିଜ ଶୈଶବାକୁ ପୁରା ଅଧିକାର ଦିଆଯାଇଥାଏ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.