ବିଜେପି ଓ ଆମ ଆଦମୀ ପାର୍ଟି ମଧ୍ୟରେ ଚାଲିଛି ପୋଷ୍ଟର ୱାର, ୧୦୦ ଜଣଙ୍କୁ ପୋଲିସ ନେଲାଣି ହାଜତକୁ

ଦିଲ୍ଲୀରେ ଚାଲିଛି ପୋଷ୍ଟର ୱାର । ବିଜେପି ଓ ଆମ ଆଦମୀ ପାର୍ଟି ମଧ୍ୟରେ ଚାଲିଥିବା ଏହି ପୋଷ୍ଟର ୱାର ଦୁଇ ଦଳ ମଧ୍ୟରେ ଥିବା ତିକ୍ତତାପୂର୍ଣ୍ଣ ସର୍ମ୍ପକକୁ ଅଧିକ ବିବାଦର ରୂପଦେଉଛି । ଜାତୀୟ ରାଜଧାନୀର ମୁଖ୍ୟ ସ୍ଥାନରୁ ଗଳିରେ ଲାଗିଛି ମୋଦି ଓ କେଜ୍ରିୱାଲ ବିରୋଧୀ ପୋଷ୍ଟର ଗତକାଲି ଦିଲ୍ଲୀର ସ୍ଥାନେ ସ୍ଥାନେ ମୋଦୀ ବିରୋଧୀ ପୋଷ୍ଟର ଲଗାଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲା ଆପ ।

ନୂଆଦିଲ୍ଲୀ : ଦିଲ୍ଲୀରେ ଚାଲିଛି ପୋଷ୍ଟର ୱାର । ବିଜେପି ଓ ଆମ ଆଦମୀ ପାର୍ଟି ମଧ୍ୟରେ ଚାଲିଥିବା ଏହି ପୋଷ୍ଟର ୱାର ଦୁଇ ଦଳ ମଧ୍ୟରେ ଥିବା ତିକ୍ତତାପୂର୍ଣ୍ଣ ସର୍ମ୍ପକକୁ ଅଧିକ ବିବାଦର ରୂପଦେଉଛି । ଜାତୀୟ ରାଜଧାନୀର ମୁଖ୍ୟ ସ୍ଥାନରୁ ଗଳିରେ ଲାଗିଛି ମୋଦି ଓ କେଜ୍ରିୱାଲ ବିରୋଧୀ ପୋଷ୍ଟର ଗତକାଲି ଦିଲ୍ଲୀର ସ୍ଥାନେ ସ୍ଥାନେ ମୋଦୀ ବିରୋଧୀ ପୋଷ୍ଟର ଲଗାଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲା ଆପ ।

ଆଜି ସମାନ ଢଙ୍ଗରେ ଆମ ଆଦମୀ ପାର୍ଟିକୁ ପାଲଟା ଜବାବ ଦେଇଛି ବିଜେପି । ମୋଦି ହଟାଅ, ଦିଲ୍ଲୀ ବଚାଓ ନାରା ଲେଖି ଆପ ଦିଲ୍ଲୀରେ ୫୦ହଜାର ପୋଷ୍ଟର ଛାପିଥିଲା । ଏବେ ବିଜେପି ଲେଖିଛି ଅରବିନ୍ଦ କେଜ୍ରିୱାଲ ହଟାଅ ଓ ଦିଲ୍ଲୀ ବଚାଓ । ବିଜେପି ବିରୋଧୀ ପୋଷ୍ଟର ଘଟଣାରେ ୧୦୦ଜଣଙ୍କୁ ପୋଲିସ ହାଜତକୁ ନେଇଛି ।

ଏହାକୁ ବିରୋଧ କରି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଆଜିଠୁ ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତିି । ମୋଦି ହଟାଓ, ଦେଶ ବଚାଓ କ୍ୟାମ୍ପେନ ଆରମ୍ଭ କରିଛନ୍ତି କେଜ୍ରିଓ୍ଵାଲ । ଏହି ଅବସରରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.