ଆଗକୁ ହିମାଳୟରେ ଆସିପାରେ ବଡ ଭୂକମ୍ପ, ଚେତାବନୀ ଦେଲେ ବରିଷ୍ଠ ବୈଜ୍ଞାନିକ

ବିଶ୍ୱରେ ଲଗାତାର ଭୂକମ୍ପ ଚିନ୍ତା ବଢ଼ାଇଛି । ପ୍ରତିଦିନ ବିଶ୍ୱର କୌଣସି ପ୍ରାନ୍ତରେ ଭୂକମ୍ପ ଅନୁଭୂତ ହେଉଛି । ଏହା ମଧ୍ୟରେ ଆଗକୁ ହିମାଳୟରେ ବଡ ଭୂକମ୍ପ ଆସିପାରେ ବୋଲି ଚେତାବନୀ ଦେଇଛନ୍ତି ଓ୍ଵାଡିଆ ଇନଷ୍ଟିଚ୍ୟୁଟ ଅଫ ହିମାଳୟ ଜିୟୋଲୋଜିର ବରିଷ୍ଠ ବୈଜ୍ଞାନିକ।

ନୂଆଦିଲ୍ଲୀ : ବିଶ୍ୱରେ ଲଗାତାର ଭୂକମ୍ପ ଚିନ୍ତା ବଢ଼ାଇଛି । ପ୍ରତିଦିନ ବିଶ୍ୱର କୌଣସି ପ୍ରାନ୍ତରେ ଭୂକମ୍ପ ଅନୁଭୂତ ହେଉଛି । ଏହା ମଧ୍ୟରେ ଆଗକୁ ହିମାଳୟରେ ବଡ ଭୂକମ୍ପ ଆସିପାରେ ବୋଲି ଚେତାବନୀ ଦେଇଛନ୍ତି ଓ୍ଵାଡିଆ ଇନଷ୍ଟିଚ୍ୟୁଟ ଅଫ ହିମାଳୟ ଜିୟୋଲୋଜିର ବରିଷ୍ଠ ବୈଜ୍ଞାନିକ।

ଓ୍ଵାଡିଆ ଇନଷ୍ଟିଚ୍ୟୁଟ ଅଫ ହିମାଳୟ ଜିଓଲୋଜିର ବରିଷ୍ଠ ବୈଜ୍ଞାନିକ ଡ. ଅଜୟ ପଲ୍‌ଙ୍କ ଅନୁଯାୟୀ ମଙ୍ଗଳବାର ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପର ଗଭୀରତା ଅଧିକ ଥିଲା । ତେଣୁ ଏହାର ପ୍ରଭାବ ବଡ଼ ଅଞ୍ଚଳରେ ପଡିଥିଲା । ଯେତେବେଳେ ଟେକ୍ଟୋନିକ ପ୍ଲେଟସ୍‌ରୁ ଶକ୍ତି ରିଲିଜ ହୁଏ , ସେତେବେଳେ ଭୂକମ୍ପ ହୁଏ । ସେହିପରି NGRI ମୁଖ୍ୟ ବୈଜ୍ଞାନିକ ଡ. ପୂର୍ଣ୍ଣଚନ୍ଦ୍ର ରାଓଙ୍କ ଅନୁଯାୟୀ ଇଣ୍ଡିଆନ ପ୍ଲେଟ ପ୍ରତିବର୍ଷ ୫ ସେଣ୍ଟିମିଟର ଘୁଞ୍ଚୁଛି ।

ଏହା ଦ୍ୱାରା ହିମାଳୟ କ୍ଷେତ୍ରରେ ଅଧିକ ଚାପ ବଢିଚାଲିଛି । ତେଣୁ ହିମାଳୟରେ ବଡ଼ ଭୂକମ୍ପ ଆସିପାରେ । ଏହାର ପ୍ରଭାବ ହିମାଚଳ ପ୍ରଦେଶ, ନେପାଳ ଓ ଉତ୍ତରାଖଣ୍ଡ, ଦିଲ୍ଲୀରେ ପଡିପାରେ। ରେକ୍ଟର ସ୍କେଲରେ ଏହାର ତ୍ରୀବତା ୮ଉପରେ ରହିପାରେ । ଏହା ସହ ଅଜୟ ପଲଙ୍କ କହିବା ଅନୁଯାୟୀ, ହିମାଳୟ କ୍ଷେତ୍ରର ଗଙ୍ଗୋତ୍ରୀ ଗ୍ଲାସିୟର ଗତ ୮୭ ବର୍ଷରେ ୧.୭ କିଲୋମିଟର ଘୁଞ୍ଚିଛି । ହିମାଳୟରେ ଥିବା ଅନ୍ୟ ଗ୍ଲାସିୟରରେ ମଧ୍ୟ ଏପରି ହଲଚଲ ହେଉଛି । ଗତ ୧୫୦ ବର୍ଷ ମଧ୍ୟରେ ହିମାଳୟ କ୍ଷେତ୍ରରେ ୪ ବଡ ଭୂକମ୍ପ ହୋଇଛି ।