ଛେଳି ଜନ୍ମକଲା ଅଦ୍ଭୁତ ଛୁଆ: ହାତ,ଗୋଡ଼ ଓ ମୁଣ୍ଡ ମଣିଷ ଭଳି

ଏହି ଅଦ୍ଭୁତ ଜୀବକୁ ଦେଖିବା ପାଇଁ ନାଣ୍ଡୁ ଘରେ ଗାଁଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଜନ୍ମବେଳେ ଛେଳି ଛୁଆଟି ବଞ୍ଚିଥିଲା। କିନ୍ତୁ କିଛି ସମୟ ପରେ ଛୁଆଟି ମରିଯିବାରୁ ଘର ଲୋକେ ତାକୁ ପୋତି ଦେଇଥିଲେ।

ଅନୁଗୁଳ(କେନ୍ୟୁଜ୍): ଅନୁଗୁଳ ବ୍ଲକ ଟାଇଁସି ଗାଁ ନାଣ୍ଡୁ ପେଣ୍ଠେଇଙ୍କ ଘରେ ଗୋଟିଏ ଛେଳି ଛୁଆ ଏକ ବିଚିତ୍ର ଛୁଆକୁ ଜନ୍ମ ଦେଇଥିଲା। ଛେଳି ଛୁଆଟି ମଣିଷ ଛୁଆ ଭଳି ଦିଶୁଥିଲା। ହାତଗୋଡ଼ ମୁଣ୍ଡ ମଣିଷ ଭଳି ଦିଶୁଥିଲା। ଏହି ଅଦ୍ଭୁତ ଜୀବକୁ ଦେଖିବା ପାଇଁ ନାଣ୍ଡୁ ଘରେ ଗାଁଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଜନ୍ମବେଳେ ଛେଳି ଛୁଆଟି ବଞ୍ଚିଥିଲା। କିନ୍ତୁ କିଛି ସମୟ ପରେ ଛୁଆଟି ମରିଯିବାରୁ ଘର ଲୋକେ ତାକୁ ପୋତି ଦେଇଥିଲେ। ପ୍ରାଣୀଧନ ବିଶେଷଜ୍ଞଙ୍କ ମତରେ ଏହା ଏକ ବିରଳ କଞ୍ଜେନିଟାଲ ତ୍ରୁଟି, ଏହି ସମସ୍ୟା ଥିଲେ ବିକ୍‌ତ ଛୁଆ ଜନ୍ମ ନେଇଥାଏ।