ଭାରତୀୟ ସେନାର ଲଢୁଆ ହେଲିକପ୍ଟର ରୁଦ୍ର ଦୁର୍ଘଟଣାଗ୍ରସ୍ତ, ଦୁଇ ମୃତ

ଅରୁଣାଚଳ ପ୍ରଦେଶରେ ପୁଣି ଏକ ସେନାର ହେଲିକପ୍ଟର କ୍ରାସ ହୋଇଛି। ଅରୁଣାଚଳ ପ୍ରଦେଶର ଅପର ସିଆଙ୍ଗ ଜିଲ୍ଲାରେ ସେନାର ଅତ୍ୟାଧୁନିକ ହାଲୁକା ହେଲିକପ୍ଟର ରୁଦ୍ର କ୍ରାସ ହୋଇଛି। ହେଡକ୍ୱାର୍ଟର ଟାରୁ ୨୫ କିମି ଦୂରରେ ଏହି ଦୁର୍ଘଟଣା ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ମିଗିଙ୍ଗ ଜିଲ୍ଲାରେ ଏହି ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଘଟଣାସ୍ଥଳକୁ ସ୍ଥଳପଥରେ କୌଣସି ଯୋଗାଯୋଗ ନଥିବା ସେନା ପକ୍ଷରୁ କୁହାଯାଇଛି। ତେବେ ଏକ ଉଦ୍ଧାରକାରୀ ଦଳକୁ ସେଠାକୁ ପଠାଯାଇଥିବା ସେନା ପକ୍ଷରୁ କୁହାଯାଇଛି।

ଗୌହାଟିର ଡିଫେନ୍ସ ପିଆରଓ ମୁତାବକ, ଆର୍ମି ହେଲିକପ୍ଟର ଟୁଟିଙ୍ଗ ଠାରୁ ୨୫ କିମି ଦୂର ମିଗିଙ୍ଗ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି।ତେବେ ଏହି ସ୍ଥାନ କୌଣସି ସଡକ ପଥ ସହିତ ଜଡିତ ନାହିଁ। ତଥାପି ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଛି।

ରୁଦ୍ର ହେଲିକପ୍ଟର ସେନାର ଲଢୁଆ ହେଲିକପ୍ଟର। ଏହାକୁ ହାଲ୍‌ ଭାରତୀୟ ସେନା ପାଇଁ ପ୍ରସ୍ତୁତ କରିଥିଲା।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡରେ  ପ୍ରାଇଭେଟ କମ୍ପାନୀର ହେଲିକପ୍ଟରରେ ତୀର୍ଥଯାତ୍ରୀ କେଦାରନାଥଙ୍କ ଗରୁଡଚଟିରୁ ଏକ ପ୍ରାଇଭେଟ କମ୍ପାନୀର ହେଲିକପ୍ଟର ୬ ଜଣ ତୀର୍ଥଯାତ୍ରୀକୁ ନେଇ ଉଡାଣ ଭରିଥିଲା। ଏହି ଯାତ୍ରୀମାନେ କେଦାରନାଥ ଦର୍ଶନ କରି ଫେରୁଥିବା ବେଳେ ଖରାପ ପାଣିପାଗ ଯୋଗୁଁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ୬ ଜଣଙ୍କର ଜୀବନ ଚାଲିଯାଇଥିଲା। ଏମାନଙ୍କ ମଧ୍ୟରେ ୨ ଜଣ ପାଇଲଟ ମଧ୍ୟ ରହିଥିଲେ।

ଏହି ହେଲିକପ୍ଟରଟି କେଦାରନାଥ ଧାମରୁ ତୀର୍ଥଯାତ୍ରୀଙ୍କୁ ନେଇ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କେଦାରନାଥ ନିକଟରେ ଲିଞ୍ଚୋଲି ଠାରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି, ତାହା ଆର୍ଯ୍ୟନ କମ୍ପାନୀର । ହେଲିକପ୍ଟରଟି କେଦାରନାଥରୁ ଫାଟା ଯାଉଥିଲା।

Also Read : ‘ମୋ ଝିଅର ଦେହ ଭଲ ନାହିଁ, ତାର ଯତ୍ନ ନେବ’, କେଦାରନାଥ ହେଲିକପ୍ଟର କ୍ରାସ ପୂର୍ବରୁ ପତ୍ନୀଙ୍କୁ କହିଥିଲେ ପାଇଲଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.