ଓଡ଼ିଶା ଉପକୂଳ ପାଖ ଦେଇ ଯିବ ବାତ୍ୟା: ୱିଣ୍ଡି

ଭୁବନେଶ୍ୱର(କେନ୍ୟୁଜ୍): ଓଡ଼ିଶା ଉପକୂଳ ପାଖ ଦେଇ ଯିବ ବାତ୍ୟା। ବିଦେଶୀ ପାଣିପାଗ ସଂସ୍ଥା ୱିଣ୍ଡ ଓ୍ଵିଣ୍ଡିର ଦୁଇଟି ମଡେଲ ଏହି ସୂଚନା ଦେଇଛି । ୟୁରୋପିଆନ୍‌ ମଡେଲ୍‌ ECMWFର ଆକଳନ ଅନୁଯାୟୀ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଲାଣ୍ଡଫଲ୍‌ କରିବ ବାତ୍ୟା।

କିନ୍ତୁ ଏହା ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ। ସେହିପରି ଆମେରିକାନ୍‌ GFS ମଡେଲ୍‌ ଅନୁଯାୟୀ, ବାଂଲାଦେଶ ଚିଟ୍ଟାଗଙ୍ଗ ନିକଟ ଦେଇ ଲାଣ୍ଡଫଲ୍‌ କରିବ ବାତ୍ୟା। ତେବେ ଏହା ଓଡ଼ିଶା ଉପକୂଳ ନିକଟ ଦେଇ ଯିବ ବୋଲି ମୋଡେଲରୁ ସ୍ପଷ୍ଟ ହୋଇଛି ।

ସୂଚନା ଥାଉକି, ଆଣ୍ଡାମାନ ସାଗର ଏବଂ ପାଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଆକଳନ ମୁତାବକ କାଲି ଅବପାତରେ ପରିଣତ ହେବ। ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୩ରେ ଗଭୀର ଅବପାତରେ ପରିଣତ ହେବ। ୨୪ ତାରିଖରେ ବାତ୍ୟା ସୃଷ୍ଟି ହେବ। କିନ୍ତୁ ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବଦିଗକୁ ଗତି କରିବା ଆରମ୍ଭ କରିବ। ତେଣୁ ଓଡ଼ିଶା ଉପକୂଳ ପାଖ ଦେଇ ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁଇବ। ଏହି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସିଧା ହିଟ୍‌ ନ କଲେ ବି ଓଡ଼ିଶା ଉପକୂଳ ବିପଦମୁକ୍ତ ନୁହଁ। ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି।

ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଆଇଏମ୍‌ଡି ପକ୍ଷରୁ ଏବେ ସୁଦ୍ଧା କୌଣସି ଆକଳନ କରାଯାଇନାହିଁ । ଏନେଇ ସ୍ପଷ୍ଟୀକରଣ ରଖିଛି ଭାରତୀୟ ପାଣିପାଗ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.