ଭଞ୍ଜନଗରର ଗଞ୍ଜାମ ଆଞ୍ଚଳିକ ସଂସ୍ଥାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ପ୍ରତିନିଧି ପବିତ୍ର ପାଣିଗ୍ରାହୀ

ଭଞ୍ଜନଗର(କେନ୍ୟୁଜ୍): ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ପ୍ରତିନିଧି ପବିତ୍ର ପାଣିଗ୍ରାହୀଙ୍କୁ ନୂଆ ଦାୟିତ୍ୱ । ଭଞ୍ଜନଗରର ଗଞ୍ଜାମ ଆଞ୍ଚଳିକ ସଂସ୍ଥାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି ପବିତ୍ର ପାଣିଗ୍ରାହୀ । ଏନେଇ ଭଞ୍ଜନଗର କାର୍ଯ୍ୟଳୟ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା ।

ସଭାରେ ହିଞ୍ଜିଳି ,ଆସିକା , ଭଞ୍ଜନଗର ଓ ବେଲଗୁଣ୍ଠାର ଅଧ୍ୟକ୍ଷ ,କାଉନସିଲର ପ୍ରମୁଖ ଯୋଗଦେଇ ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ ଜଣାଇଥିଲେ । ଦାୟିତ୍ୱ ଗ୍ରହଣ ପରେ ସହରର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବା ନେଇ କହିଛନ୍ତି ଅଧ୍ୟକ୍ଷ ପାଣିଗ୍ରାହୀ । ଅଧ୍ୟକ୍ଷ ପଦ ପୂରଣ ସହରର ବିକାଶ ଧାରାକୁ ଆଉ ପାଦେ ଆଗକୁ ନେବେ ବୋଲି ବିଭିନ୍ନ ଏନଏସିର ଅଧ୍ୟକ୍ଷ ନିଜର ପ୍ରତିକ୍ରିୟାରେ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.