ତାଲିବାନ କବ୍‌ଜାରେ ଭାରତୀୟ ନାଗରିକ, ୧୫୦ ଜଣଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ

ତାଲିବାନ କବଜାରେ ଭାରତୀୟ ନାଗରିକ । କାବୁଲରେ ୧୫୦ ଜଣଙ୍କୁ ଅଟକାଯାଇଥିବା ସୂଚନା ମିଳିଛି। ତାଲିବାନମାନେ କାବୁଲ ଏୟାରପୋର୍ଟ ଗେଟ୍‌ ନିକଟରୁ ସମସ୍ତଙ୍କୁ ଅପହରଣ କରିନେଇଥିବା ସୂଚନା ମିଳୁଛି। ରିପୋର୍ଟ ମୁତାବକ, ଅପହୃତଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ଅଛନ୍ତି। ଆଫଗାନିସ୍ତାନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି । ମାତ୍ର ସରକାରୀ ଭାବେ କିଛି ସ୍ପଷ୍ଟ ହୋଇନାହିଁ।

ଅନ୍ୟପଟେ ସବୁ ଭାରତୀୟ ସୁରକ୍ଷିତ ଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ, କାବୁଲ ଏୟାରପୋର୍ଟ ନିକଟ ଏକ ଗ୍ୟାରେଜରେ ସମସ୍ତଙ୍କୁ ରଖାଯାଇଛି। ଭାରତୀୟ ବିମାନ C130J ଉଡାଣର କିଛି ସମୟ ପରେ ଅପହରଣ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ଏବେ ଲୋକଙ୍କ ମଧ୍ୟରେ ଭୟ ବଢ଼ାଇଛି ତାଲିବାନ୍‌। ଆଫଗାନିସ୍ତାନରେ ଥରହର ସ୍ଥିତି। ଅନ୍ୟ ରାଷ୍ଟ୍ର ମାନେ ବି ଚିନ୍ତାରେ । ପୂର୍ବରୁ ସୁପ୍ତ ଅବସ୍ଥାରେ ଥିବା ତାଲିବାନ କାବୁଲ ଦଖଲ ପରେ ଅଧିକ ଶକ୍ତିଶାଳୀ ଓ ହିଂସ୍ର ହୋଇ ଉଠିଛି । ତାଲିବାନ ହାତରେ ଏବେ ଆମେରିକାର ଉଚ୍ଚ କ୍ଷମତା ସମ୍ପନ୍ନ ଅସ୍ତ୍ରଶସ୍ତ୍ର । ଆଫଗାନ ସେନା ବ୍ୟବହାର କରୁଥିବା ଆର୍ମୋର୍ଡ ଭେହିକିଲ, ୩୦ ରୁ ୪୦ ଏୟାରକ୍ରାଫ୍ଟ ଓ ବିପୁଳ ସଂଖ୍ୟାରେ ରାଇଫଲ । ଏଣୁ କେତେବେଳେ ବି କିଛି ଘଟାଇପାରେ ଏହି ଆତଙ୍କୀ ସଂଗଠନ। ସେହି ଭୟରେ ପ୍ରାଣ ବିକଳରେ ଦେଶ ଛାଡ଼ୁଛନ୍ତି ହଜାର ହଜାର ଲୋକ । ଆଜି ଭାରତୀୟମାନେ ଦେଶ ଛାଡିବା ବେଳେ ତାଙ୍କୁ ଅପହରଣ କରାଯାଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.