ଯିଏ ବିୟର ଗନ୍ଧ ବି ଜାଣିନାହାନ୍ତି ସେ ଏମ୍‌ଏସ୍‌ ଧୋନି କରିବେ Beer ବିଜ୍ଞାପନ, ଏହି କମ୍ପାନୀ ସହ କଲେ ଚୁକ୍ତି ସ୍ୱାକ୍ଷର

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଗୁଡ୍‌ବାଏ କହିବା ପରେ ଏବେ ବିଜ୍ଞାପନ ଜଗତରେ ବେଶ୍‌ ଆକ୍ଟିଭ୍‌ ଅଛନ୍ତି କ୍ୟାପ୍‌ଟେନ୍‌ କୁଲ ମହେନ୍ଦ୍ର ସିଂହ ଧୋନି। ଓରିଓ ବିସ୍କୁଟ୍‌ ପରେ ଏବେ ଧୋନିଙ୍କୁ ବିୟର ବିଜ୍ଞାପନରେ ଦେଖିବାକୁ ମିଳିବ। ସେ COPTER 7 BEER ବିଜ୍ଞାପନରେ ନଜର ଆସିବେ। COPTER 7 BEER ପ୍ରସ୍ତୁତକାରୀ କମ୍ପାନୀ Seven Inks Brews Private Limited ଶୁକ୍ରବାର ଏହି ଘୋଷଣା କରିଛି। ଏମ୍‌ଏସ୍‌ ଧୋନିଙ୍କ ଟ୍ରେଡମାର୍କ ହେଲିକପ୍ଟର ସର୍ଟ ଓ ଜର୍ସି ନମ୍ବର ୭କୁ ଯୋଡ଼ି ଏହି ବିୟରର ନାଁ COPTER 7 ରଖାଯାଇଛି।

ଏହା ପୂର୍ବରୁ ଅଗଷ୍ଟ ୧୮ରେ ତାମିଲନାଡୁସ୍ଥିତ ହସ୍ପିଟାଲ ସମୂହ କାବେରୀ ଗ୍ରୁପ ଅଫ୍‌ ହସ୍ପିଟାଲ ଧୋନିଙ୍କୁ ନିଜ ହସ୍ପିଟାଲର ଶୃଙ୍ଖଳାର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଚୟନ କରିଥିଲା। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ତାଙ୍କ ବୃଦ୍ଧି ମଧ୍ୟ ଆଇପିଏଲ୍‌ର ଚେନ୍ନାଇ ସୁପର କିଙ୍ଗସ୍‌ ଟିମ୍‌ର କ୍ୟାପ୍‌ଟେନ୍‌ କ୍ରିକେଟର ଧୋନିଙ୍କ ଭଳି ହୋଇଛି।

କାବେରୀ ଗ୍ରୁପ୍‌ ଅଫ୍‌ ହସ୍ପିଟାଲର ପ୍ରବନ୍ଧ ନିର୍ଦ୍ଦେଶକ ଡା. ମଣିବନ୍ନନ ସେଲ୍‌ଭରାଜ୍‌ କହିଛନ୍ତି, ଧୋନି ମଧ୍ୟ ଏକ ଛୋଟ ସହରରୁ ଆସି ବଡ଼ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ଆମେ ତିରୁଚିରାପଲ୍ଲୀରେ ୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରୁ ଆରମ୍ଭ କରିଥିଲୁ। ଏବେ ଆମ ପାଖରେ ତାମିଲନାଡୁ ଓ ବେଙ୍ଗାଲୁରୁରେ ଶାଖା ସମେତ ୧୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ସମୂହ ରହିଛି। ଯାହା ଧୋନିଙ୍କ ଉନ୍ନତି ସହ ସମାନ ବୋଳଇ କହିଛନ୍ତି ଡା.ମଣିବନ୍ନନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.