ଏବେ IIT ରେ ଆଡମିଶନ ନେଇପାରିବେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ, ଜାଣନ୍ତୁ କେମିତି

ଏବେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ ବି ଆଇଆଇଟିରେ ନେଇ ପାରିବେ ଆଡମିଶନ୍‌। ପୂର୍ବରୁ କେବଳ ଟେକ୍ନିକାଲ ପିଲା ହିଁ ଏହି କୋର୍ସରେ ଆଡମିଶନ୍‌ କରିପାରୁଥିବା ବେଳେ ଏବେ କଳା ଓ ବାଣିଜ୍ୟ ପିଲା ବି ଏହି ସୁଯୋଗ ପାଇବେ। ଆଇଆଇଟି ବମ୍ବେ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଏହି ସୁଯୋଗ ଦିଆଯାଉଛି।

ବ୍ୟାଚେଲର ଅଫ୍‌ ଡିଜାଇନ୍‌ କୋର୍ସରେ ଏବେ କଳା ଓ ବାଣିଜ୍ୟର ଛାତ୍ରଛାତ୍ରୀ ଆଡମିଶନ କରିପାରିବେ। ଏହା ଏକ ୪ ବର୍ଷିୟା ଅଣ୍ଡର ଗ୍ରାଜୁଏଟ୍‌ ପ୍ରୋଗ୍ରାମ୍‌। ଏହି କୋର୍ସରେ ଡିଜାଇନ୍‌ ପ୍ରିନ୍ସପାଲ, ଇମୋଜିସ୍‌ ଓ ଫଟୋଗ୍ରାଫି ସମ୍ବନ୍ଧୀୟ ପାଠ ପଢ଼ାଯାଏ। UCEED (Undergraduate Common Entrance Examination for Design) ଜରିଆରେ ଏହି କୋର୍ସରେ ଆଡମିଶନ ନିଆଯାଏ। ଏହି ନ୍ୟାସନାଲ ଲେବଲ ଏଣ୍ଟ୍ରାନ୍ସ ପରୀକ୍ଷା ଆଇଆଇଟି ବମ୍ବେ ପକ୍ଷରୁ ନିଆଯାଉଛି।

ଏହି ଏଣ୍ଟ୍ରାନ୍ସରେ ଏସବୁ ବିଷୟରେ ପରୀକ୍ଷା ହୁଏ:

-visualisation & spatial ability
-design thinking & problem solving
-observation & design sensitivity
-analytical & logical reasoning
-language & creativity
-environmental & social awareness

ଦ୍ୱାଦଶ ପାସ୍‌ କରିଥିବା ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମରେ ଆଡମିଶନ କରିପାରିବେ। ବର୍ତ୍ତମାନ ଆଇଆଇଟି ବମ୍ବେରେ ୩୭ଟି ସିଟ୍‌, ଆଇଆଇଟି ହାଇଦ୍ରାବାଦରେ ୨୦ଟି ସିଟ୍‌ ଓ ଆଇଆଇଟି ଗୌହାଟୀରେ ୫୬ଟି ସିଟ୍‌ ଏହି ପାଠ୍ୟକ୍ରମ ପାଇଁ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.