କିଏ ଥିଲେ ଗ୍ରୀନ୍‌ ଟି ଉପରେ ଗବେଷଣା କରିଥିବା ମିଶିୟୋ ସୁଜିମୁରା? Google ବି ଖାସ୍‌ Doodle ବନାଇ ଜୟନ୍ତୀ ଦିବସରେ ମନେ ପକାଇଲା

ଗ୍ରୀନ୍‌ ଟି ଉପରେ ରିସର୍ଚ୍ଚ କରିଥିବା ଜାପାନୀ ବୈଜ୍ଞାନିକ ମିଶିୟୋ ସୁଜିମୁରାଙ୍କୁ ତାଙ୍କର ୧୩୩ତମ ଜୟନ୍ତୀ ଅବସରରେ ଆଜି ୧୭ ସେପ୍ଟେମ୍ବରରେ Google ଡୁଡଲ ବନାଇ ତାଙ୍କୁ ମନେ ପକାଇଛି। Google ଡୁଡଲରେ ମିଶିୟୋ ସୁଜିମୁରାଙ୍କୁ ଗ୍ରୀନ୍‌ ଟିର ରାସାୟନିକ ଗବେଷଣା ଏବଂ ଏଥିରୁ ଉପାଦାନ ବାହାର କରୁଥିବାର ଦେଖିବାକୁ ମିଳିଛି। ଗୁଗଲର ଅକ୍ଷରଗୁଡ଼ିକୁ ବନାଇବା ପାଇଁ କେତେକ ପରୀକ୍ଷଣ ସାମଗ୍ରୀ ଯେପରି ଚା’ ଗଛ, ଏକ କପ୍‌ ଗ୍ରୀନ୍‌ ଟି, ଏକ ପ୍ୟାନ୍‌, ଏକ ଫ୍ଲାକ୍ସ ଏବଂ ଏକ ନୋଟ୍‌ପ୍ୟାଡ ବ୍ୟବହାର କରାଯାଇଛି।

୧୭ ସେପ୍ଟେମ୍ବର,୧୮୮୮ ମସିହାରେ ମିଶିୟୋ ସୁଜିମୁରାଙ୍କ ଜନ୍ମ ଜାପାନର ସୌତାମା ଅଞ୍ଚଳର ଓକେଗାବା ସହରରେ ହୋଇଥିଲା। ସୁଜିମୁରା ସ୍କୁଲରେ ଥିବା ସମୟରେ ହିଁ ବୈଜ୍ଞାନିକ ଗବେଷଣାରେ ନିଜର କ୍ୟାରିୟର ବନାଇବା ପାଇଁ ପ୍ରେରିତ ହୋଇଥିଲେ। ତେବେ ଲ୍ୟାବ୍‌ରେ କାମ କରୁଥିବା ବେଳେ ମିଶିୟୋ ସୁଜିମୁରା ଓ ତାଙ୍କ ସହଯୋଗୀ ସୀତାରୋ ମିଉରା ଗ୍ରୀନ୍‌ ଟିକୁ ଭିଟାମିନ୍‌ ସିର ଏକ ପ୍ରାକୃତିକ ସ୍ରୋତ ରୂପେ ଆବିଷ୍କାର କରିଥିଲେ।

ସୁଜିମୁରାଙ୍କୁ ଗ୍ରୀନ୍‌ ଟି ଉପରେ ତାଙ୍କ ରିସର୍ଚ୍ଚ ପାଇଁ ୧୯୫୬ ମସିହାରେ କୃଷି ବିଜ୍ଞାନର ଜାପାନୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୧୯୬୮ରେ ତାଙ୍କୁ Order of the Precious Crown of the Fourth Classରେ ସମ୍ମାନିତ କରାଯାଇଥିଲା। ମିଶିୟୋ ସୁଜିମୁରାଙ୍କ ୧୯୬୯ ମସିହା ଜୁନ୍‌ ମାସରେ ୮୦ ବର୍ଷ ବୟସରେ ନିଧନ ହୋଇଯାଇଥିଲା। ଆଜି ଓକେଗାବାରେ ଏକ ପଥର ନିର୍ମିତ ସ୍ମାରକ ରହିଛି, ଯେଉଁଠି ମିଶିୟୋ ସୁଜିମୁରାଙ୍କର ମହାନ ଉପଲବ୍ଧିର ଉତ୍ସବ ପାଳନ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.