ଖୁସି ଖବର! SBI ଶସ୍ତା କଲା ହୋମ୍ ଲୋନ, ଜାଣନ୍ତୁ କେତେ ଟଙ୍କାରେ ନେବେ ଋଣ

ଦେଶର ସବୁଠାରୁ ବଡ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ହୋମ୍ ଲୋନକୁ ନେଇ ଏକ ଖୁସି ଖବର ଆଣିଛି । ଏସବିଆଇ ଘୋଷଣା କରିଛି ଯେ ଫେଷ୍ଟିଭ୍ ସିଜନକୁ ନଜରରେ ରଖି ସେ କ୍ରେଡିଟ୍ ସ୍କୋର ଲିଙ୍କ୍ଡ ହୋମ୍ ଲୋନ୍ ୬.୭% ଦରରେ ଦେବ । ଲୋନ୍ ରାଶି ଯାହା ବି ହେଉ ବ୍ୟାଙ୍କ ଲୋନ୍ ଦେବ ବୋଲି ସୂଚନା ଦେଇଛି । ଷ୍ଟେଟ ବ୍ୟାଙ୍କ ତରଫରୁ ଜାରି ପ୍ରେସ୍ ରିଲିଜ ଅନୁସାରେ ଏବେ ଏସବିଆଇ ୭୫ ଲକ୍ଷରୁ ଅଧିକ ହୋମ୍ ଲୋନ୍ ୭.୧୫% ସୁଧ ଦରରେ ଦେଉଛି । କିନ୍ତୁ ଫେଷ୍ଟିଭ୍ ସିଜନ ଅଫର୍ସ ଆରମ୍ଭ ପରେ ୭୫ ଲକ୍ଷ ଟଙ୍କାରୁ ଅଧିକର ହୋମ୍ ଲୋନ୍ ନେଉଥିବା ଗ୍ରାହକଙ୍କୁ ମଧ୍ୟ ୬.୭ %ର ସର୍ବନିମ୍ନ ଦରରେ ହୋମ୍ ଲୋନ୍ ମିଳିବ । ପ୍ରେସ୍ ରିଲିଜରେ କୁହାଯାଇଛି ଯେ ଏହି ଅଫର ଅନୁସାରେ ୭୫ ଲକ୍ଷ ଟଙ୍କାର ହୋମ୍ ଲୋନ୍ ୩୦ ବର୍ଷ ପାଇଁ ନେଉଥିବା ଗ୍ରାହକଙ୍କୁ ୦.୪୫ % ଶସ୍ତା ଲୋନ୍ ମିଳିବ । ଏହା ଫଳରେ ଏହି ସାରା ଅବଧି ମଧ୍ୟରେ ସେମାନଙ୍କୁ ୮ ଲକ୍ଷରୁ ଅଧିକ ଟଙ୍କାର ସଞ୍ଚୟ ହେବ ।

ଏହା ବ୍ୟତୀତ ନନ୍-ସାଲାରୀଡ୍ ଲୋନଧାରୀଙ୍କ ପାଇଁ ଲାଗୁ ସୁଧ ଦର ସାଲାରିଡ୍ ଲୋନଧାରୀଙ୍କ ଉପରେ ଲାଗୁ ସୁଧ ଦରରୁ ୦.୧୫ % ଅଧିକ ହେଉଥିଲା । ଏସବିଆଇ କହିଛି କି ଏହି ଅଫର ଅନୁସାରେ ସାଲାରିଡ୍ ଓ ନନ୍-ସାଲାରିଡ୍ ମଧ୍ୟ ପାର୍ଥକ୍ୟ ସମାପ୍ତ କରିଦିଆଯାଇଛି । ଷ୍ଟେଟ୍ ବ୍ୟାଙ୍କ କହିଛି ଯେ ଏଥିପାଇଁ ଏବେ ସମ୍ଭାବିତ ହୋମ୍ ଲୋନ୍ ଋଣଧାରୀଙ୍କଠୁ କୌଣସି ବ୍ୟବସାୟ-ଲିଙ୍କଡ ସୁଧ ପ୍ରିମିୟମ୍ ନିଆଯିବନି । ଏଥିରେ ନନ୍ ସାଲାରିଡ୍ ଲୋନଧାରୀଙ୍କୁ ୦.୧୫ ପ୍ରତିଶତ ଅତିରିକ୍ତ ସୁଧ ସଞ୍ଚୟ ହେବ ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପ୍ରୋସେସିଂ ଫିସକୁ ମଧ୍ୟ ସମ୍ପୂର୍ଣ୍ଣ କ୍ଷମା କରିଦେଇଛି ଏବଂ ଲୋନଧାରୀଙ୍କ କ୍ରେଡିଟ୍ ସ୍କୋର ଆଧାରରେ ଆଶ୍ୱସ୍ତି ଦରରେ ଆକର୍ଷକ ସୁଧ ଆଣିଛି । ବ୍ୟାଙ୍କ କହିଛି ଯେ ଏଥର ଆମେ ଅଫରକୁ ଅଧିକ ଉତ୍ତମ କରିବା ପାଇଁ ଚେଷ୍ଟା କରିଛୁ ଯାହା ଫଳରେ ଏଥିରେ ସବୁ ବର୍ଗର ଲୋକେ ଲାଭବାନ ହୋଇପାରିବେ । କହିରଖୁଛୁ ଏସବିଆଇ ବେସ୍ ରେଟ୍ ଓ ପ୍ରାଇମ୍ ଲେଣ୍ଡିଂ ରେଟରେ ମଧ୍ୟ ହ୍ରାସ କରିଛି । ବ୍ୟାଙ୍କର ୱେବସାଇଟ୍ ଅନୁସାରେ ୧୫ ସେପ୍ଟେମ୍ବର ୨୦୨୧ରୁ ଏସବିଆଇର ବେସ୍ ରେଟ୍ ୭.୪୫ ପ୍ରତିଶତ ଏବଂ ପ୍ରାଇମ୍ ଲେଣ୍ଡିଂ ୧୨.୨ ପ୍ରତିଶତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.