କଂଗ୍ରେସର ଦ୍ୱିତୀୟ ପ୍ରାର୍ଥୀ ତାଲିକା: ଆସିପାରେ ଅଶୋକ ଗେହଲଟ୍‌ ଓ କମଲନାଥଙ୍କ ପୁଅଙ୍କ ନାମ 

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ଦ୍ୱିତୀୟ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇପାରନ୍ତି କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ଓ କମଲନାଥଙ୍କ ପୁଅ ।

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ଦ୍ୱିତୀୟ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇପାରନ୍ତି କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ଓ କମଲନାଥଙ୍କ ପୁଅ । ପ୍ରାର୍ଥୀ ଚୟନ ପାଇଁ ଗଠିତ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ସୋମବାର ବସିଥିଲା, ଯେଉଁଥିରେ ୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪୨ଟି ନିର୍ବାଚନମଣ୍ଡଳୀ ଉପରେ ଆଲୋଚନା ହୋଇଥିଲା । ଏଥିରେ ଆସାମ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଗୁଜରାଟ, ଡାମନ ଏବଂ ଡିୟୁର ଆସନ ଅନ୍ତର୍ଭୁକ୍ତ ରହିଛି ।

ସୂତ୍ର ମୁତାବକ, କମିଟି ୫୦ଟି ଆସନ ପାଇଁ ଦଳର ପସନ୍ଦର ପ୍ରାର୍ଥୀ ଚୟନ କରିଛି । ଅଶୋକ ଗେହଲଟଙ୍କ ପୁଅ ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି ସଦସ୍ୟ ବୈଭବଙ୍କୁ ଜାଲୋରରୁ ମୈଦାନକୁ ଅଣାଯାଇପାରେ । ବୈଭବ ଗେହଲଟ୍ ୨୦୧୯ ସାଧାରଣ ନିର୍ବାଚନ ଯୋଧପୁରରୁ ଲଢ଼ିଥିଲେ, କିନ୍ତୁ ସେ ବରିଷ୍ଠ ବିଜେପି ନେତା ଗଜେନ୍ଦ୍ର ସିଂ ଶେଖାଓ୍ଵତଙ୍କଠାରୁ ହାରିଯାଇଥିଲେ ।

ଏହା ମଧ୍ୟ ଜଣାପଡ଼ିଛି ଯେ କମଲନାଥଙ୍କ ପୁଅ ନକୁଲଙ୍କୁ ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଲୋକସଭା ଆସନରୁ ଛିଡ଼ା କରାଯାଇପାରେ, ଯେଉଁଠି ସେ ୨୦୧୯ ନିର୍ବାଚନରେ ମଧ୍ୟ ବିଜୟ ହାସଲ କରିଥିଲେ । ଗତ ମାସରେ ଏମିତି ବି ଚର୍ଚ୍ଚା ହୋଇଥିଲା କି, ନକୁଲନାଥ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇପାରନ୍ତି । ତେବେ କଂଗ୍ରେସ ନେତା ଏହାକୁ ପ୍ରତ୍ୟାଖ୍ୟାନ କରି କେବଳ ଗୁଜବ ବୋଲି କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.