ମଣିଷ ଖପୁରୀରେ ଶୋଇବା ପାଇଁ ଖଟ, ବସିବା ପାଇଁ ଚେୟାର … ଘରୁ ମିଳିଲା ୨୫ ଖପୁରୀ ଏବଂ ଅନେକ ହାଡ

କର୍ଣ୍ଣାଟକର ରାମନଗର ଜୋଗନହଲ୍ଲୀ ଗାଁରେ ଥିବା ଏକ ଫାର୍ମ ହାଉସରୁ ୨୫ଟି ମଣିଷ ଖପୁରୀ ମିଳିଛି । ବଳରାମ ନାମକ ଜଣେ ବ୍ୟକ୍ତି ମଣିଷ ଖପୁରୀକୁ ଏକାଠି କରି ଯାଦୁ-ମନ୍ତ୍ର କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମଶାଣିରେ ବ୍ୟକ୍ତି ଜଣକ ପୂଜାର୍ଚ୍ଚନା କରୁଥିବାର ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ ।

କର୍ଣ୍ଣାଟକର ରାମନଗର ଜିଲ୍ଲାର ଏକ ଗାଁରୁ ୨୫ଟି ମଣିଷ ଖପୁରୀ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଜୋଗନହଲ୍ଲୀ ଗାଁରେ ଥିବା ଏକ ଫାର୍ମ ହାଉସରୁ ୨୫ଟି ମଣିଷ ଖପୁରୀ ମିଳିଛି । ବଳରାମ ନାମକ ଜଣେ ବ୍ୟକ୍ତି ମଣିଷ ଖପୁରୀକୁ ଏକାଠି କରି ଯାଦୁ-ମନ୍ତ୍ର କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମଶାଣିରେ ବ୍ୟକ୍ତି ଜଣକ ପୂଜାର୍ଚ୍ଚନା କରୁଥିବାର ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ବଳରାମକୁ ଗିରଫ କରି ପଚରାଉଚରା ଜାରି ରଖିଛି ।

ଖବର ମୁତାବକ, ରାମନଗରର ଜୋଗନହଲ୍ଲୀ ଗାଁରେ ବଳରାମ କୋଟୟାଧୀଶ ନାମକ ଜଣେ ବ୍ୟକ୍ତି ରାତିରେ ମଶାଣିରେ ପୂଜା କରୁଥିବାରକିଛି ଗାଁ ଲୋକ ଦେଖିଥିଲେ । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ମଶାଣିରେ ପହଞ୍ଚି ବଳରାମକୁ ଗିରଫ କରିଥିଲା । ବଳରାମର ଫାର୍ମ ହାଉସରୁ ୨୫ରୁ ଅଧିକ ମଣିଷ ଖପୁରୀ ମିଳିଥିଲା । ପୋଲିସ ବଳରାମକୁ ପଚରାଉଚରା କରିବାକୁ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା ।

ପୋଲିସକୁ ଘଟଣା ସ୍ଥଳରୁ ୨୫ଟି ମଣିଷ ଖପୁରୀ ଏବଂ ଅନେକ ହାଡ ମିଳିଥିଲା । ଏହି ଖପୁରୀରେ ହଳଦୀ, କେସର ଏବଂ ଧରା ଚୂନ ଲାଗିଥିଲା । ଆଉ ଖପୁରୀ ଏବଂ ହାଡରେ ଶୋଇବା ପାଇଁ ଖଟ ଏବଂ ବସିବା ପାଇଁଚେୟାର ତିଆରି କରିଥିଲା । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଥିଲା କି, ବ୍ୟକ୍ତି ଜଣକ ଗୁପ୍ତ ପୂଜା ପାଇଁ ଏହାକୁ ଏକାଠି କରିଥିଲା । ପୋଲିସ ବଳରାମ ନାମରେ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି । ବଳରାମ କହିଛି କି, ଏହି ଖପୁରୀ ଏବଂ ହାଡ ତାଙ୍କ ପୂର୍ବପୁରୁଷ ସମୟର । କିନ୍ତୁ ଏହା ୪ରୁ ୫ ବର୍ଷ ତଳର ହେବ ବୋଲି ପୋଲିସକୁ ଜାଣିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.