‘ମିସ୍ ୱାର୍ଲ୍ଡ ୨୦୨୪’ ଇଭେଣ୍ଟରେ ଶାହଜହାଁଙ୍କ ଅଳଙ୍କାର ପିନ୍ଧିଲେ ନିତା ଅମ୍ବାନୀ, ଦାମ ଶୁଣିଲେ ଉଡିଯିବ ହୋସ୍

ମୁକେଶ ଅମ୍ବାନୀଙ୍କ ପତ୍ନୀ ତଥା ବ୍ୟବସାୟୀ ନିତା ଅମ୍ବାନୀ ନିଜ ଲୁକସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି । ତେବେ ବର୍ତ୍ତମାନ ତାଙ୍କୁ ୨୦୦ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ପିନ୍ଧିଥିବାର ଦେଖାଯାଇଛି । ନିକଟରେ ନୀତା ଅମ୍ବାନୀ 'ମିସ୍ ୱାର୍ଲ୍ଡ ୨୦୨୪' ରେ ପହଞ୍ଚିଥିଲେ । ଯେଉଁଠାରେ ସେ କଳା ରଙ୍ଗର ବନାରସୀ ଶାଢ଼ୀ ପିନ୍ଧି ବହୁତ ସୁନ୍ଦର ଦେଖାଯାଉଥିଲେ ।

ମୁକେଶ ଅମ୍ବାନୀଙ୍କ ପତ୍ନୀ ତଥା ବ୍ୟବସାୟୀ ନିତା ଅମ୍ବାନୀ ନିଜ ଲୁକସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି । ତେବେ ବର୍ତ୍ତମାନ ତାଙ୍କୁ ୨୦୦ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ପିନ୍ଧିଥିବାର ଦେଖାଯାଇଛି । ନିକଟରେ ନୀତା ଅମ୍ବାନୀ ‘ମିସ୍ ୱାର୍ଲ୍ଡ ୨୦୨୪’ ରେ ପହଞ୍ଚିଥିଲେ । ଯେଉଁଠାରେ ସେ କଳା ରଙ୍ଗର ବନାରସୀ ଶାଢ଼ୀ ପିନ୍ଧି ବହୁତ ସୁନ୍ଦର ଦେଖାଯାଉଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନୀତାଙ୍କର ଏହି ଶାଢ଼ୀ ବହୁତ ମହଙ୍ଗା ଥିଲା ଖାଲି ତାହା ନୁହେଁ ବରଂ ଏହାର କନେକ୍ସନ ମୋଗଲ ସମ୍ରାଟ ଶାହାଜାହାନଙ୍କ ସହ ମଧ୍ୟ ରହିଛି ।

ବାସ୍ତବରେ, ଏହି ଇଭେଣ୍ଟରେ ନୀତା ହ୍ୟାଣ୍ଡଲୁମ୍ ଶାଢୀରେ ନଜର ଆସିଥିଲେ । ଯାହାକୁ ସେ ଏକ ଡିଜାଇନର୍ ବ୍ଲାଉଜ୍ ସହିତ ପିନ୍ଧିଥିଲେ । ନୀତା ଅମ୍ବାନୀ ଏହି ବ୍ଲାଉଜ ସହିତ ମୋଗଲ ସମ୍ରାଟ ଶାହାଜାହାନଙ୍କ କଲଗୀ ପିନ୍ଧିଥିଲେ । ଯାହାକୁ ସେ ବାଜୁବନ୍ଧ ପରି ଷ୍ଟାଇଲରେ ପିନ୍ଧିଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି କଲଗୀର ମୂଲ୍ୟ ୨୦୦ କୋଟିରୁ ଅଧିକ ଅଟେ । ଏହି ସୂଚନା ଇନଷ୍ଟାଗ୍ରାମ ପେଜ ‘ଟପୋଫିଲିଆ’ ଦ୍ୱାରା ଦିଆଯାଇଛି । ଏହି କଲଗୀର ବିଶେଷତା ବିଷୟରେ କହିବାକୁ ଗଲେ ଏହା ସୁନାରେ ନିର୍ମିତ, ଯେଉଁଥିରେ ହୀରା, ରୁବି ଏବଂ ସ୍ପିନେଲଗୁଡିକ ସଜାଯାଇଛି ।

ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ସୁନ୍ଦର ଅଳଙ୍କାରଟି ୨୦୧୯ ରେ ନିଲାମରେ ବିକ୍ରି ହେବା ପୂର୍ବରୁ ‘ଆଇ ଥାନି କଲେକ୍ସନ୍’ରେ ଶେଷ ଥର ପାଇଁ ଦେଖାଯାଇଥିଲା । ନୀତା ଅମ୍ବାନୀଙ୍କ ବିଷୟରେ କହିବାକୁ ଗଲେ ସେ ଶାଢୀ ପିନ୍ଧିବାକୁ ବହୁତ ଭଲ ପାଆନ୍ତି । ଏହି କାରଣରୁ ତାଙ୍କର ଅନେକ ସୁନ୍ଦର ଏବଂ ମହଙ୍ଗା ଶାଢୀ ମଧ୍ୟ ଅଛି । ଆପଣଙ୍କୁ କହି ରଖୁଛୁ ଯେ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବ୍ ଶୀଘ୍ର ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.