ପ୍ରକାଶ ପାଇଲା ଆସାମର ଚୂଡାନ୍ତ ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜନ–ଏନଆରସି ତାଲିକା

ଆସାମ(କେନ୍ୟୁଜ୍): ପ୍ରକାଶ ପାଇଲା ଆସାମର ଚୂଡ଼ାନ୍ତ ଜାତୀୟ ନାଗରିକ ପଞ୍ଜିକା। ଗୃହ ମନ୍ତ୍ରାଳୟ ପ୍ରକାଶ କରିଥିବା ଚୂଡ଼ାନ୍ତ ତାଲିକାରୁ ୧୯ଲକ୍ଷ ନାଗରିକ ବାଦ ପଡ଼ିଛନ୍ତି । ଚୂଡାନ୍ତ ତାଲିକାରେ ୩କୋଟି ୧୧ଲକ୍ଷ ୨୧ହଜାର ନାଗରିକ ସ୍ଥାନ ପାଇଥିବା ବେଳେ ୧୯ଲକ୍ଷ ୬ହଜାର ଜଣଙ୍କୁ ତାଲିକାରୁ ବାଦ ଦିଆଯାଇଥିବା ଏନଆରସି ରାଜ୍ୟ ସଂଯୋଜକ ପ୍ରତୀକ ହଜେଲା କହିଛନ୍ତି । ତାଲିକାରେ ଯେଉଁମାନଙ୍କର ନାଁ ନାହିଁ, ସେମାନେ ଫରେନ ଟ୍ରିବ୍ୟୁନାଲରେ ଆବେଦନ କରିପାରିବେ ବୋଲି କୁହାଯାଇଛି। ତାଲିକା ପ୍ରକାଶ ପାଇବା ପୂର୍ବରୁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗୌହାଟୀ ସମେତ କେତେକ ସ୍ଥାନରେ ୧୪୪ଧାରା ଜାରି କରାଯାଇଥିବା ବେଳେ ୫୧ କଂପାନୀ ସୁରକ୍ଷା ବଳ ନିୟୋଜିତ କରାଯାଇଛି। ଗତବର୍ଷ ଜୁଲାଇ ୩୧ ତାରିଖରେ ଆସାମର ଏନ୍‌ଆରସି ସେବା କେନ୍ଦ୍ରଗୁଡିକରେ ଚୂଡାନ୍ତ ଚିଠା ତାଲିକା ପ୍ରକାଶ ପାଇଥିଲା । ଏଥିରେ ୩କୋଟି ୨୯ ଲକ୍ଷ ଲୋକ ଏନ୍‌ଆର୍‌ସି ତାଲିକାରେ ପଂଜିକୃତ ହୋଇଥିବା ବେଳେ ୪୦ ଲକ୍ଷ ୭ହଜାର ୭ଶହ ଲୋକ ତାଲିକାରୁ ବାଦ୍‌ ପଡିଥିଲେ । ତେବେ ୨୦୧୯ ଜୁନ ୨୯ ତାରିଖରେ ଏନ୍‌ଆରସି କର୍ତ୍ତୃପକ୍ଷ ଅତିରିକ୍ତ ଏନଆରସି ବାଦ ତାଲିକା ପ୍ରକାଶ କରିଥିଲେ । ଯେଉଁଥିରେ ୪୧ ଲକ୍ଷ ୧୦ ହଜାର ୧୬୯ ଜଣ ଲୋକ ଏନ୍‌ଆର୍‌ସି ତାଲିକାରେ ସ୍ଥାନ ପାଇ ନଥିବା ଦର୍ଶାଇଥିଲେ । ୧୯୭୧ ମସିହା ମାର୍ଚ୍ଚ ୨୫ ତାରିଖ ପୂର୍ବରୁ ଯେଉଁମାନେ ଆସାମରେ ରହିଆସୁଛନ୍ତି, ସେମାନଙ୍କୁ ଭାରତୀୟ ଭାବେ ଏନ୍‌ଆରସି ତାଲିକାରେ ସାମିଲ କରାଯାଉଛି । ଆସାମ ହେଉଛି ପ୍ରଥମ ରାଜ୍ୟ ଯେଉଁଠି ୧୯୪୮ ମସିହାର ଜନଗଣନାକୁ ଆଧାର କରି ୧୯୫୧ ମସିହାରେ ଏନ୍‌ଆରସି ତାଲିକା ପ୍ରକାଶ ପାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.