ଆଉ କିଛି ସମୟ ପରେ ଗର୍ଭଗୃହରେ ବିରାଜମାନ ହେବେ ରାମଲଲା, ଶୁଭ ମୁହୂର୍ତ୍ତ ନିର୍ଦ୍ଧାରିତ

ରାମଲଲାଙ୍କ ବିଗ୍ରହ ଗର୍ଭଗୃହରେ ସ୍ଥାପିତ କରିବାର ଶୁଭ ମୁହୂର୍ତ୍ତ ୧.୨୦ ରୁ ୧.୨୮ ମିନିଟ ରହିଛି । ରାମଲଲାଙ୍କ ମୂର୍ତ୍ତି ରାମମନ୍ଦିର ପରିସରରେ ପହଞ୍ଚିଛି । ଏକ କ୍ରେନ ସାହାଯ୍ୟରେ ମୂର୍ତ୍ତିକୁ ଗର୍ଭଗୃହ ପରିସରକୁ ନିଆଯାଇଛି । ଏହି ମୂର୍ତ୍ତିକୁ ଗର୍ଭଗୃହରେ ସ୍ଥାପତି କରାଯିବ ।

ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ଭଗବାନ ରାମଲଲାଙ୍କ ପ୍ରତିମାକୁ ମନ୍ଦିର ଗର୍ଭଗୃହରେ ସ୍ଥାପନା କରାଯିବ । ଏଥିପାଇଁ ଶୁଭ ମୁହୂର୍ତ୍ତ ସମୟ ନିର୍ଦ୍ଧାରିତ ହୋଇଛି । ରାମଲଲାଙ୍କ ବିଗ୍ରହ ଗର୍ଭଗୃହରେ ସ୍ଥାପିତ କରିବାର ଶୁଭ ମୁହୂର୍ତ୍ତ ୧.୨୦ ରୁ ୧.୨୮ ମିନିଟ ରହିଛି । ସମସ୍ତ ୧୩୧ ବୈଦିକ ୧୨ଟାରୁ ରାମ ଜନ୍ମଭୂମି ଗର୍ଭଗୃହରେ ପହଞ୍ଚିଛନ୍ତି । ନିର୍ଦ୍ଧାରିତ ମୁହୂର୍ତ୍ତରେ ବିଗ୍ରହକୁ ସ୍ଥାପନା କରାଯିବ । ଏହାପରେ ୨୪ ଅଲଗା ଅଲଗା ପ୍ରକାରର ପୂଜା ହେବ ।

ଏହାପୂର୍ବରୁ ବୁଧବାର ଦିନ ରାମଲଲାଙ୍କ ମୂର୍ତ୍ତି ରାମମନ୍ଦିର ପରିସରରେ ପହଞ୍ଚିଛି । ଏକ କ୍ରେନ ସାହାଯ୍ୟରେ ମୂର୍ତ୍ତିକୁ ଗର୍ଭଗୃହ ପରିସରକୁ ନିଆଯାଇଛି । ଏହି ମୂର୍ତ୍ତିକୁ ଗର୍ଭଗୃହରେ ସ୍ଥାପତି କରାଯିବ । ମୂର୍ତ୍ତିକୁ ଗର୍ଭଗୃହକୁ ନେବା ପୂର୍ବରୁ ବିଶେଷ ପୂଜାର୍ଚ୍ଚନା କରାଯାଇଛି । ଗର୍ଭଗୃହରେ ରାମଲଲାଙ୍କ ସଂହାସନ ମଧ୍ୟନିର୍ମାଣ କରାଯାଇଛି । ମକରାନା ପଥରରେ ନିର୍ମିତ ସିଂହାସନର ଉଚ୍ଚତା ୩.୪ ଫୁଟ ରହିଛି । ଏହି ସିଂହାସନରେ ଗଭବାନ ରାମଙ୍କ ପ୍ରତିମା ବିରାଜମାନ ହେବେ । ଏହାପରେ ସମସ୍ତ ଭକ୍ତ ପ୍ରତିମାକୁ ଦର୍ଶନ କରିପାରିବେ ।

ସୂଚନା ମୁତାବକ, ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ୨୨ ଜାନୁଆରୀରେ ହେବ । ପ୍ରାଣ ପ୍ରତିଷ୍ଠାର ସମୟରେ ୧୨.୨୦ ମିନିଟରୁ ରହିଛି । ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଷଣ ଦେବେ । ଏହି କାର୍ଯ୍ୟକ୍ରମରେ ୮ ହଜାରରୁ ଅଧିକ ଅତିଥି ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.