୨୦ କେଜି ପାର୍ଲେ-ଜି ବିସ୍କୁଟରେ ରାମ ମନ୍ଦିର ପ୍ରତିକୃତି ନିର୍ମାଣ କଲେ ପଶ୍ଚିମବଙ୍ଗର ଜଣେ ଯୁବକ, ଭାଇରାଲ ହେଉଛି ଭଡ଼ିଓ

ପଶ୍ଚିମବଙ୍ଗର ଜଣେ ଯୁବକ ୨୦ କିଲୋଗ୍ରାମ ପାର୍ଲେ-ଜି ବିସ୍କୁଟ ବ୍ୟବହାର କରି ରାମ ମନ୍ଦିରର ଏକ ଚମତ୍କାର ପ୍ରତିକୃତି ତିଆରି କରିଛନ୍ତି । ଏହି ଯୁବକ ଜଣଙ୍କ କହିଛନ୍ତି ଯେ ରାମ ମନ୍ଦିରର ୪/୪ ଫୁଟର ପ୍ରତିକୃତି ତିଆରି କରିବାକୁ ତାଙ୍କୁ ପାଞ୍ଚ ଦିନ ସମୟ ଲାଗିଛି ।

ପାଖେଇ ଆସୁଛି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା । ୨୨ ଜାନୁଆରୀରେ ସିଂହାସନରେ ବସିବେ ରାମଲଲା । ଏଥିପାଇଁ ଜୋରଦାର୍‌ ଚାଲିଛି ପ୍ରସ୍ତୁତି । ରାମମନ୍ଦିରକୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ସବୁଠି ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଗୁଣଗାନ । ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ଅଯୋଧ୍ୟା ସହର । ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ସମଗ୍ର ଦେଶ ରାମମୟ ହୋଇଯାଇଛି । ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ କୋଟି କୋଟି ରାମ ଭକ୍ତ ଅତି ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ଏହି ସମୟରେ, ଅନେକ ରାମ ଭକ୍ତ ଖୁବ ନିଆରା ଢଙ୍ଗରେ ନିଜର ଭକ୍ତି ପ୍ରଦର୍ଶନ କରୁଛନ୍ତି । କେହି କେହି ପ୍ରଭୁ ରାମଙ୍କୁ ଦେଖିବା ପାଇଁ ପାଦରେ ଚାଲିଥିବାବେଳେ ଅନ୍ୟମାନେ ରାମ ମନ୍ଦିର ଥିମ୍ କେକ୍ ପ୍ରସ୍ତୁତ କରି ନିଜର ଭକ୍ତି ପ୍ରଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗର ଜଣେ ଯୁବକ ଏପରି କାର୍ଯ୍ୟ କରିଛନ୍ତି ଯେ ଲୋକମାନେ ତାଙ୍କ ପ୍ରଶଂସା ଗାନ କରୁଥିବା ଦେଖିବାକୁ ମିଳିଛି । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଲୋକମାନଙ୍କର ଖୁବ ଧ୍ୟାନ ଆକର୍ଷଣ କରିଛି । ଭାଇରାଲ ହୋଇଥିବା ଭିଡିଓରେ ଜଣେ ଯୁବକ ବିସ୍କୁଟରୁ ରାମ ମନ୍ଦିରର ପ୍ରତିକୃତି ତିଆରି କରୁଥିବାର ଦେଖିବାକୁ ମିଳିଛି ।

ଏହି ଯୁବକ ଜଣଙ୍କ ୨୦ କିଲୋଗ୍ରାମ ପାର୍ଲେ-ଜି ବିସ୍କୁଟ ବ୍ୟବହାର କରି ରାମ ମନ୍ଦିରର ଏକ ଚମତ୍କାର ପ୍ରତିକୃତି ତିଆରି କରିଛନ୍ତି । ପାର୍ଲେ-ଜି ବିସ୍କୁଟ ବ୍ୟବହାର କରି ରାମ ମନ୍ଦିରର ଏଭଳି ଚମତ୍କାର ପ୍ରତିକୃତି ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଯୁବକ ଜଣଙ୍କ କହିଛନ୍ତି ଯେ ରାମ ମନ୍ଦିରର ୪/୪ ଫୁଟର ପ୍ରତିକୃତି ତିଆରି କରିବାକୁ ତାଙ୍କୁ ପାଞ୍ଚ ଦିନ ସମୟ ଲାଗିଛି । ଅବଶ୍ୟ, ବିସ୍କୁଟ ବ୍ୟତୀତ ଥର୍ମୋକଲ୍, ପ୍ଲାଇଉଡ୍ ଏବଂ ଏକ ପ୍ରକାରର ଅଠା ମଧ୍ୟ ଏହି ପ୍ରତିକୃତିରେ ବ୍ୟବହୃତ ହୋଇଛି ।

ଏବେ ସୋସିଆଲ ମିଡିଆରେ ଏହାର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ଏଥିସହିତ କମେଣ୍ଟରେ ନେଟେନିଜେନ୍ସ ଏହି ଯୁବକଙ୍କ ପ୍ରତିଭାକୁ ଖୁବ ପ୍ରଶଂସା କରୁଛନ୍ତି । ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି, ବହୁତ ଚମତ୍କାର ଏବଂ ଆଶ୍ଚର୍ଯ୍ୟଜନକ ପ୍ରତିଭା ଭାଇ । କମେଣ୍ଟରେ ଅନ୍ୟଜଣେ ୟୁଜର କହିଛନ୍ତି, ମୁଁ ତୁମର ପ୍ରତିଭାକୁ ଯେତେ ପ୍ରଶଂସା କରେ ନା କାହିଁକି, ଏହା କମ୍ ହେବ । ଅନ୍ୟପକ୍ଷରେ କିଛି ୟୁଜର ଯୁବକଙ୍କୁ ପରାମର୍ଶ ଦେଇ ଲେଖିଛନ୍ତି ଯେ ଏହି ପ୍ରତିକୃତି ଅତି ସୁନ୍ଦର ହୋଇଛି, କିନ୍ତୁ ଏହିପରି ଖାଦ୍ୟ ନଷ୍ଟ କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.