Below header

ମଧ୍ୟପ୍ରଦେଶ : ଏହି ମହିଳା ରାମ ମନ୍ଦିର ନିର୍ମାଣ ପାଇଁ ୨୮ ବର୍ଷ ହେଲା ଗ୍ରହଣ କରି ନାହାଁନ୍ତି ଅନ୍ନ, ୫ ଅଗଷ୍ଟରେ ପୂରା ହେବ ସଂକଳ୍ପ

ଭୋପାଳ : ୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିବେ । ଏଥି ସହ ପୂରଣ ହେବ ମଧ୍ୟପ୍ରଦେଶର ୮୧ ବର୍ଷ ବୟସ୍କା ଏହି ମହିଳାଙ୍କ ମନୋରଥ । ରାମ ମନ୍ଦିର ନିର୍ମାଣ ସଂକଳ୍ପ କରି ଦୀର୍ଘ ୨୮ ବର୍ଷ ହେବ ସେ ଅନ୍ନ ଗ୍ରହଣ କରି ନାହାଁନ୍ତି । ଯାହାକି ଅଗଷ୍ଟ ୫ ତାରିଖରେ ପୂରଣ ହେବାକୁ ଯାଉଛି ।

୧୯୯୨ ମସିହା ଡିସେମ୍ବର ୬ ତାରିଖରେ ଅଯୋଧ୍ୟାରେ ବିବାଦୀୟ ଢ଼ାଞ୍ଚା ଭାଙ୍ଗିବା ପରେ ଏହି ମହିଳା ରାମ ମନ୍ଦିର ନିଅଁ ପଡିଲେ ଅନ୍ନ ଗ୍ରହଣ କରିବେ ବୋଲି ସଂକଳ୍ପ କରିଥିଲେ ।

old woman

ସେ ଦୀର୍ଘ ୨୮ ବର୍ଷ ହେବ ଫଳ ଆହାର ସହ ରାମ ନାମ ଜପ କରି ଉପବାସ କରିଆସୁଥିଲେ । ଏହି ବୟସ୍କା ମହିଳାଙ୍କ ନାମ ଉର୍ମିଳା ଦେବୀ । ସେ ମଧ୍ୟପ୍ରଦେଶ ଜବଲପୁର ଜିଲ୍ଲା ବିଜୟ ନଗରରେ ରୁହନ୍ତି । ମନ୍ଦିର ନିର୍ମାଣ ପାଇଁ ସେ ୫୩ ବର୍ଷ ବୟସରେ ଉପବାସ ଆରମ୍ଭ କରିଥିଲେ । ଏବେ ୮୧ ବର୍ଷରେ ପଦାର୍ପଣ କରିଛନ୍ତି ।

ram temple

ସେତେବେଳେ ତାଙ୍କୁ ଯେତେ ବୁଝାଇଥିଲେ ବି ସେ ମାନି ନଥିଲେ । ସୁପ୍ରିମକୋର୍ଟରେ ମନ୍ଦିର ନିର୍ମାଣ ପାଇଁ ରାୟ ପ୍ରକାଶ ପାଇବା ପରେ ସେ ସୁପ୍ରିମ୍‌କୋର୍ଟ ବିଚାରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଥିଲେ । ରାମ ଲଲ୍ଲଙ୍କୁ ଦର୍ଶନ କରିବା ପରେ ଅନ୍ନ ଗ୍ରହଣ କରିବେ ବୋଲି ସେ କହିଥିଲେ । ହେଲେ ଏବେ କରୋନା କାରଣରୁ ଯିବାକୁ ଘର ଲୋକ ବାରଣ କରୁଥିବାରୁ ସେ କିନ୍ତୁ ମାନିବାକୁ ନାରାଜ ।

ଶେଷ ସମୟ ଅଯୋଧ୍ୟାରେ କାଟିବାକୁ ତାଙ୍କର ଇଚ୍ଛା ବୋଲି ସେ କହିଛନ୍ତି । ଏଥିପାଇଁ ତାଙ୍କୁ ରହିବା ପାଇଁ ଟିକିଏ ଜାଗା ଦରକାର ବୋଲି ସେ କହିଛନ୍ତି । ଭୂମି ପୂଜନରେ ସେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । ହେଲେ ଭୂମି ପୂଜନରେ ଯୋଗ ଦେଇ ପାରି ନଥିବାରୁ ସେ ବହୁତ ଦୁଃଖି ବୋଲି କହିଛନ୍ତି । ଏହାକୁ ଶ୍ରୀ ରାମ ଲଲ୍ଲାଙ୍କ ଇଚ୍ଛା ବୋଲି ଭାବି ମନକୁ ବୁଝାଇ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.