Below header

ଆଜିଠୁ ଝିଅମାନେ ପିନ୍ଧିବେନି ପାଉଁଜି, କାରଣ ପୁଅଙ୍କ ଧ୍ୟାନ ହେଉଛି ଭଙ୍ଗ ! ଜାଣନ୍ତୁ କେଉଁ ସରକାର ଲଗାଇଲେ କଟକଣା

ପାଗଳ କରୁଛି ପାଉଁଜି । ଝିଅ ମାନଙ୍କ ଏହି ଗହଣା ପୁଅମାନଙ୍କ ଧ୍ୟାନ କରୁଛି ଭଙ୍ଗ । ତେଣୁ ଝିଅମାନେ ଆଉ ପାଦରେ ପାଉଁଜି ଏବଂ କେଶରେ ଫୁଲ ଲଗାଇ ଯିବେନି ସ୍କୁଲ୍ । ଏଭଳି କଟକଣା ଜାରି କରିଛି ତାମିଲନାଡୁ ସରକାର । କାରଣ ପାଉଁଜିର ରୁଣଝୁଣ ଶବ୍ଦ ଏବଂ ଫୁଲର ବାସ୍ନା ପୁଅ ମାନଙ୍କ ଧ୍ୟାନ ଭଙ୍ଗ କରୁଛି ।

ଶିକ୍ଷାମନ୍ତ୍ରୀ ସେନଗୋଟାଇୟନ୍ କହିଛନ୍ତି ଯେତେବେଳେ ଝିଅମାନେ ପାଦରେ ପାଉଁଜି ପିନ୍ଧନ୍ତି ଚାଲିଲେ ଏହା ରୁଣଝୁଣ ଶବ୍ଦ ଯୋଗୁଁ ପାଠପଢାରେ ଧ୍ୟାନ ଦେଇପାରୁନାହାଁନ୍ତି ପୁଅମାନେ । ସେହିପରି କେଶରେ ଫୁଲ ଲଗାଇଲେ ଏହାର ବାସ୍ନା ମଧ୍ୟ ପୁଅଙ୍କ ଏକାଗ୍ରତା ଭାଙ୍ଗିଥାଏ । ତେଣୁ ଏହି ନିଷ୍ପତ୍ତି ଲାଗୁ କରାଯାଇଛି ।

ତେବେ ରାଜ୍ୟରେ ଝିଅମାନଙ୍କ ପାଇଁ ତ କଟକଣା ଲାଗିଗଲା । ହେଲେ ପୁଅଙ୍କ ପାଇଁ କୌଣସି ନିର୍ଦ୍ଦେଶନାମା ଜାରି କରାଯାଇନାହିଁ । ପୁଅଙ୍କ ପାଇଁ ଦାଢି ରଖିବା, ହେୟାର୍ ଷ୍ଟାଇଲ୍ ଏବଂ ସର୍ଟ ବଟନ୍ ବନ୍ଦ କରିବା ଉପରେ କୌଣସି ନେତା କିଛି କହିନାହାଁନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.