ନ୍ଯୁଜ ପଢିଲେ ବାଲାଂଦେଶର ପ୍ରଥମ କିନ୍ନର ନ୍ଯୁଜ ଆଙ୍କର, ଆରମ୍ଭ କଲେ ନୂଆ ଜୀବନ

ମହିଳା ଦିବସ ଅବସରରେ ବାଂଲାଦେଶର ପ୍ରଥମ କିନ୍ନର ନ୍ଯୁଜ ଆଙ୍କର ନ୍ୟୁଜ ପଢିବା ଆରମ୍ଭ କରିଛନ୍ତି । ଏହି ନ୍ଯୁଜ ଆଙ୍କରଙ୍କ ନାମ କିନ୍ନର ତନଶୁଭା ଅନାନ ଶିଶିର । ତନଶୁଭା ବାଂଲାଦେଶର ପ୍ରଥମ କିନ୍ନର ନ୍ୟୁଜ ଆଙ୍କର ହୋଇପାରିଛନ୍ତି । ଏହା ବ୍ଯତୀତ ତନଶୁଭା ଜଣେ ଟ୍ଯାଲେଣ୍ଟଟ୍ ମେଡଲ ଏବଂ ଆକ୍ଟର।  ତେବେ ନ୍ୟୁଜ ପଢିସାରିବା ପରେ ତନଶୁଭାଙ୍କ ଆଖିରୁ ଦି ଟୋପା ଲୁହ ମଧ୍ୟ ଝରିପଡିଥିଲା । କାରଣ କିନ୍ନର ଭାବେ ଜଣାପଡିବା ପରେ ସମାଜର ନିନ୍ଦା ଅପବାଦ ସହି କିଭଳି ନ୍ୟୁଜ ପଢ଼ିଛନ୍ତି ତାହାର କାହାଣୀ ସେ ବଖାଣିଥିଲେ ।

୨୯ ବର୍ଷୀୟ ତନଶୁଭାଙ୍କ କହିବା ମୁତାବକ, କିଶୋରାଵସ୍ଥାରେ ଯେତେବେଳେ ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ ଅନୁଭବ ହୋଇଥିଲା, ସେତେବେଳେ ସେ ଘରେ ଏ ବାବଦରେ କହିଥିଲେ । ଆଉ ଅନେକ ବର୍ଷ ଧରି ସେ ଯୌନ ଶୋଷଣର ଶିକାର ହୋଇଥିଲେ । ପରିବାର ସଦସ୍ୟ ତାଙ୍କୁ ଚୁପ ରହିବାକୁ ବାଧ୍ୟ କରୁଥିଲେ । ବାପା, ତାଙ୍କ ସହ କଥାବାର୍ତ୍ତା କରିବା ବନ୍ଦ କରିଦେଇଥିବାବେଳେ ମନରେ ଅନେକ ଥର ଆତ୍ମହତ୍ୟା କରିବାକୁ ବି ଭାବନା ଆସିଥିଲା । ପରିବାରର ନିର୍ଯାତନା ବଢିବା ପରେ ସେ ଘର ଛାଡି ଢାକା ଚାଲିଆସିଥିଲେ ।

ତନଶୁଭା ୨୦୦୭ରେ ଥିଏଟର ମଣ୍ଡଳୀ ନଟୁଆ ସହିତ ନିଜର ଅଭିନୟ କ୍ଯାରିଅର ଆରମ୍ଭ କରିଥିଲେ। ସେଠାରେ ଦୁଇ ବର୍ଷରୁ ଅଧିକ ସମୟ ଥିଏଟରରେ କାମ କରିଥିଲେ। ଏହି ସମୟରେ ଦୁଇଟି ଫିଚର ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି। ଜାନୁୟାରୀ ମାସରେ ପବ୍ଲିକ ହେଲଥରେ ମାଷ୍ଟର ଡିଗ୍ରୀ ହାସଲ କରିଥିବାବେଳେ ଅଢେଇ ମାସ ତଳେ ବୋଏସାଖୀ ଟିଭିରେ ନ୍ୟୁଜ ଆଙ୍କର ଭାବେ ଅଡିସନ ଦେଇଥିଲେ । ନିର୍ଭୁଲ ଉଚ୍ଚାରଣ ପାଇଁ ତାଙ୍କୁ ଚୟନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.