୯ କୋଟିରୁ ଊର୍ଦ୍ଧ୍ୱ ଦରମା କିନ୍ତୁ ସ୍ୟାଣ୍ଡୱିଚ୍ ଚୋରି କରୁଥିଲେ ଏହି ହାଇ ପ୍ରୋଫାଇଲ ବ୍ୟାଙ୍କର, ଶେଷରେ ଚାକିରିରୁ ହେଲେ ବିଦା

ଲଣ୍ଡନରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ହାଇପ୍ରୋଫାଇଲ ବ୍ୟାଙ୍କର ଷ୍ଟାଫ କ୍ୟାଣ୍ଟିନରୁ ସ୍ୟାଣ୍ଡୱିଚ ଚୋରାଇବା ଆରୋପରେ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି । ତେବେ ଏହି ବ୍ୟାଙ୍କରଙ୍କ ମାସିକ ଦରମା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତାଙ୍କୁ ବାର୍ଷିକ ୧ ମିଲିୟନ ପାଉଣ୍ଡ ବା ୯ କୋଟି ୨୦ ଲକ୍ଷ ଟଙ୍କା ଦରମା ମିଳୁଥିଲା ।

ଏହି ବ୍ୟାଙ୍କରଙ୍କ ନାମ ହେଉଛି ପାରସ ସାହ ଓ ସେ ସିଟି ଗ୍ରୁପ ବ୍ୟାଙ୍କରେ କାମ କରନ୍ତି । ତେବେ ଯେତେବେଳେ ପାରସ ସ୍ୟାଣ୍ଡୱିଚ ଚୋରି କରିବା ଆରୋପରେ ଧରା ପଡିଯାଇଥିଲେ । ସେତେବେଳେ ତାଙ୍କ ଉପରେ ୟୁରୋପ, ମିଡିଲ ଇଷ୍ଟ ଏବଂ ଆଫ୍ରିକା ବ୍ରାଣ୍ଡ ଟ୍ରେଂଡିଙ୍ଗ ହେଡ଼ର ଦାୟିତ୍ତ୍ୱ ରହିଥିଲା । ତେବେ ବର୍ତ୍ତମାନ ତାଙ୍କୁ ଏହିସବୁ ପଦରୁ ହଟାଇ ଦିଆଯାଇଛି । ସୂଚନା ଅନୁଯାୟୀ ପାରସଙ୍କ ଉପରୁ ସେତେବେଳେ ପଦବୀ ହଟାଇ ଦିଆଯାଇଥିଲା ଯେତେବେଳେ ତାଙ୍କର ଖାଦ୍ୟ ଚୋରି କରିବାର ଫଟୋ ଅନେକ ଗଣମାଧ୍ୟମରେ ପ୍ରଚାରିତ ହୋଇଥିଲା । ବ୍ୟାଙ୍କ ଅନେକ ଆରୋପରେ ତାଙ୍କୁ ଚାକିରିରୁ ବରଖାସ୍ତ କରିଛି । ତେବେ ପାରସ ପୂର୍ବ ଲଣ୍ଡନ ମୁଖ୍ୟ କାର୍ଯ୍ୟାଳୟରୁ ମଧ୍ୟ ଖାଦ୍ୟ ଚୋରି କରିଥିଲେ ବୋଲି ଅଭିଯୋଗ କରାଯାଇଛି କିନ୍ତୁ ସେ କେତେଥର ଖାଦ୍ୟ ଚୋରି କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।

ପାରସ ଶାହାଙ୍କ ପ୍ରୋଫାଇଲରୁ ଜଣାପଡିଛି ଯେ ୨୦୧୦ ମସିହାରେ ୟୁନିଭର୍ସିଟି ଅଫ ବାଥରୁ ଇକୋନୋମିକସରେ ଗ୍ରାଜୁଏସନ କରିଛନ୍ତି । ଏହାପୂର୍ବରୁ ସେ ଲଣ୍ଡନର ଲେଟିମର ଗ୍ରାମର୍ ସ୍କୁଲରେ ପାଠ ପଢୁଥିଲେ । ତେବେ ସିଟି ବ୍ୟାଙ୍କରେ ଜଏନ କରିବା ପରେ ତାଙ୍କୁ ୟୁରୋପ, ମିଡିଲ ଇଷ୍ଟ ଏବଂ ଆଫ୍ରିକାର ଟ୍ରେଂଡିଙ୍ଗ ହେଡ଼ କରାଯାଇଥିଲା । ଏହା ପ୍ରଥମ ଘଟଣା ନୁହେଁ ଯେଉଁଠି ଜଣେ ହାଇ ପ୍ରୋଫାଇଲ ଲୋକ ଚୋରି କରିବା ପରେ ତାଙ୍କୁ ପଦବୀରୁ ବହିଷ୍କାର କରାଯାଇଛି । ଏପରି ଘଟଣା ଅନେକ ଦେଶରେ ପୂର୍ବରୁ ଦେଖିବାକୁ ମିଳିଛି ଯେଉଁଠି ଛୋଟ ଛୋଟ ଚୋରିର ଆରୋପରେ ଅନେକ ଚାକିରୀ ଯାଇଛି । ଏପରିକି କିଛି ସେଲିବ୍ରିଟି ମଧ୍ୟ ଏୟାରପୋର୍ଟରୁ କିଛି ଛୋଟ ଚୋରି କରୁଥିବା ଦେଖିବାକୁ ମିଳିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.