ବର ଶୋଭାଯାତ୍ରା ବେଳେ ବରଯାତ୍ରୀମାନେ ଉଡ଼ାଇଦେଲେ ୯୦ ଲକ୍ଷ ଟଙ୍କା! ରାସ୍ତାରେ ବିଛେଇ ହୋଇଗଲା ନୋଟ୍‌ର ଚାଦର

ଭାରତୀୟ ବିବାହ, ବରଯାତ୍ରୀରେ ଡ୍ୟାନ୍ସ କରିବା ଏବଂ ପଇସା ଉଡ଼ାଇବା ଏକ ସାଧାରଣ କଥା ହୋଇଥାଏ। ଲୋକେ ଏହା ଜରିଆରେ ନିଜର ଖୁସି ଜାହିର କରିଥାଆନ୍ତି। କିନ୍ତୁ ଗୁଜରାଟରେ ହୋଇଥିବା ଏକ ବିବାହ ଉତ୍ସବରେ ପଇସାକୁ ପାଣି ଭଳି ବୁହାଇ ଦିଆଯାଇଛି। ଏଠାରେ ବରଯାତ୍ରୀମାନେ ଗୋଟିଏ କିମ୍ବା ଦୁଇଟ୍‌ ନୋଟ୍‌ ବିଡା ନୁହେଁ, ବରଂ ପୂରା ୯୦ ଲକ୍ଷ ଟଙ୍କା ଉଡ଼ାଇ ଦେଇଛନ୍ତି।

ଏହାସହ ପଢ଼ନ୍ତୁ: ବେଙ୍ଗାଲୁରୁରେ ପୋଲିସ ଅନୁପସ୍ଥିତିରେ ଟ୍ରାଫିକ୍ ସମ୍ଭାଳିବ ମାନିକ୍ୟୁଇନ୍, ଉଲଙ୍ଘନକାରୀ ହୋଇଯାନ୍ତୁ ସାବଧାନ୍

ଏତେ ସାରା ପଇସା ଏକସାଥୀରେ ଉଡ଼ାଯିବାରେ ରାସ୍ତାରେ ନୋଟ୍‌ର ଚାଦର ବିଛେଇ ହୋଇଯାଇଥିଲା। ଲୋକେ ଏହାକୁ ଲୁଟିବା ପାଇଁ ମଧ୍ୟ ଚାଲିଆସିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ବର ନିଜକୁ ବଞ୍ଚାଇବାକୁ ଯାଇ କହିଥିଲା, ଉଡ଼ାଯାଇଥିବା ନୋଟ୍‌ ଗୋଶାଳାରେ ଦାନ କରାଯିବ।

ବରଯାତ୍ରୀମାନଙ୍କ ଦ୍ୱାରା ଏତେ ସଂଖ୍ୟାରେ ନୋଟ୍‌ ଉଡ଼ାଯିବାର ଏହି ମାମଲା ଗୁଜରାଟର ଜାମନଗର ଅଞ୍ଚଳରେ ଦେଖିବାକୁ ମିଳିଛି। ବର ଶୋଭାଯାତ୍ରା ବେଳେ ବରଯାତ୍ରୀମାନେ ଶହେ କିମ୍ବା ଦୁଇଶହ ଟଙ୍କିଆ ନୋଟ୍‌ ନୁହେଁ, ବରଂ ୫୦୦ ଏବଂ ୨୦୦୦ ଟଙ୍କାର ନୋଟ୍‌ ଉଡାଇଥିଲେ।

ଏହାସହ ପଢ଼ନ୍ତୁ: ପିଆଜ ବିଗାଡିଲା ଖାଇବାର ସ୍ୱାଦ, ଏବେ ରେଷ୍ଟୁରାଣ୍ଟରେ ଆଉ ପରଷାଯିବନି Onion Dosa

ତେବେ ଶୁଣିବାକୁ ମିଳୁଛି, ବିବାହରେ ଉଡ଼ାଯାଇଥିବା ନୋଟ୍‌ ୫ଟି ଗାଁର ଗୋଶାଳାକୁ ଦାନ କରାଯିବ। ଏଭଳି ରୟାଲ୍‌ େଓ୍ଵଡିଂର ରାଜକୀୟ ବ୍ୟବସ୍ଥାବଳୀ ଏତିକିରେ ସରି ନ ଥିଲା। ବିବାହ ପରେ ବିଦାଇ ସମାରୋହରେ ବର ଋଷିରାଜ ଜାଡେଜା ନିଜ କନ୍ୟାକୁ ନେଇଯିବା ପାଇଁ ହେଲିକପ୍ଟରର ମଧ୍ୟ ମଗାଇଥିଲେ। ଲୋକଙ୍କ କହିବା ଅନୁଯାୟୀ, ଋଷିରାଜଙ୍କ ବଡ଼ ଭାଇ ୟଶ୍‌ପାଲ ୧ କୋଟି ଟଙ୍କାର ଏକ କାର୍‌ ବରକନ୍ୟାଙ୍କୁ ଉପହାର ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.