Below header

ଉଡ଼ାଣ ଭରିବାର ଅଧଘଣ୍ଟା ପରେ ମଝି ଆକାଶରେ ଜଣାପଡ଼ିଲା ବିମାନରେ ଅଛି ବାଦୁଡ଼ି, ଆଉ ତା’ପରେ…

ବିମାନରୁ ବାହାରିଲା ବାଦୁଡ଼ି। ଫଳରେ ବିମାନର ଜରୁରୀକାଳୀନ ଅବତରଣ କରାଯାଇଛି। ଏଭଳି ଘଟଣା ଘଟିଛି ଗୁରୁବାର ନୂଆଦିଲ୍ଲୀରେ। ଏଠାରେ ଏକ ବାଦୁଡ଼ି ଯୋଗୁ ବିମାନ କର୍ତ୍ତୃପକ୍ଷଙ୍କ ସମେତ ସମସ୍ତ ଯାତ୍ରୀ ହଟହଟା ହୋଇଛନ୍ତି।

ରିପୋର୍ଟ ମୁତାବକ, ଏୟାରଇଣ୍ଡିଆର ଏକ ଫ୍ଲାଇଟ୍ (AI-୧୦୫) ଗୁରୁବାର ସକାଳେ ନୂଆଦିଲ୍ଲୀରୁ ଆମେରିକାର ନ୍ୟୁ ଜର୍ସିର ନେୱାର୍କ ଏୟାରପୋର୍ଟ ପାଇଁ ଟେକ୍ ଅଫ୍ ହୋଇଥିଲା। କିନ୍ତୁ ଉଡାଣ ପରେ ଜଣାପଡ଼ିଥିଲା ଯେ ବିମାନରେ ଏକ ବାଦୁଡ଼ି ପଶିଯାଇଛି। ଏଣୁ ଅଧଘଣ୍ଟା ପରେ ବିମାନଟି ଫେରିଆସିଥିଲା।


ବାଦୁଡ଼ିକୁ ଦେଖିବା ପରେ ପାଇଲଟ ବିମାନକୁ ପୁଣିଥରେ ଦିଲ୍ଲୀ ଏୟାରପୋର୍ଟରେ ଲ୍ୟାଣ୍ଡ କରାଇଥିଲେ। ତେବେ ବିମାନ କମ୍ପାନୀ ତରଫରୁ ଏନେଇ କୌଣସି ଅଫିସିଆଲି ସୂଚନା ଦିଆଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.