ସୁନୀଲ ଗ୍ରୋଭରଙ୍କ ୱେବ୍ ସିରିଜ୍ ‘ସନଫ୍ଲାୱାର’ର ଟ୍ରେଲର ରିଲିଜ, ଭରି ରହିଛି ସସପେନ୍ସ; ନଜର ପକାନ୍ତୁ

କମେଡିଆନ୍ ତଥା ଅଭିନେତା ସୁନୀଲ ଗ୍ରୋଭରଙ୍କ ବହୁ ପ୍ରତୀକ୍ଷିତ ୱେବ୍ ସିରିଜ ‘ସନଫ୍ଲାୱାର’ର ଟ୍ରେଲର ରିଲିଜ ହୋଇଛି। ଏହି ସିରିଜରେ ସୁନୀଲ ଲିଡ୍ ରୋଲରେ ଅଭିନୟ କରିବେ। ଏହି ସିରିଜର ଟ୍ରେଲର ସୁନୀଲ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଟ୍ରେଲରରେ ସୁନୀଲଙ୍କ ବ୍ୟତୀତ ଫିଲ୍ମ ଇଣ୍ଡଷ୍ଟ୍ରୀ ଆଉ ଅନ୍ୟ କଳାକାର ବି ନଜର ଆସିଛନ୍ତି। ସିରିଜରେ ସୁନୀଲଙ୍କ ନାଁ ରହିଛି ସୋନୁ।

ଦେଖନ୍ତୁ ଟ୍ରେଲର:

Video Credit: Zee5

ଶୋର ଟ୍ରେଲରରୁ ଜଣାପଡୁଛି ଯେ ଏହା ଏକ ସସପେନ୍ସ ଫିଲ୍ମ। କାହାଣୀ ସୁନୀଲଙ୍କ ଚରିତ୍ରର ଆଖପାଖରେ ହିଁ ରହିଛି। ଲାଗୁଛି ଯେମିତି ସେ ସନ୍ଦିଗ୍ଧ। ସିରିଜରେ ରଣବୀର ଶୌରୀ ପୋଲିସ ଅଫିସର ଭୂମିକାରେ ଅଭିନୟ କରୁଛନ୍ତି। ସେ ଏକ ହତ୍ୟା ମାମଲାର ତଦନ୍ତ କରୁଛନ୍ତି।

ବିକାଶ ବହଲଙ୍କ ଦ୍ଵାରା ନିର୍ମିତ ଏହି ସିରିଜ ଜୁନ ୧୧ରେ ଓଟିଟି ପ୍ଲାଟଫର୍ମ Zee5 ରେ ଷ୍ଟ୍ରିମିଙ୍ଗ ହେବ। ଏହି ସିରିଜର ମୋଟ ୮ଟି ଏପିସୋଡ୍ ରହିଛି। ୱେବ ସିରିଜକୁ ରାହୁଲ ସେନଗୁପ୍ତାଙ୍କ ସହ ବିକାଶ ବହଲ ଲେଖିଛନ୍ତି ଓ ସହ-ନିର୍ଦ୍ଦେଶିତ ବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.